Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା, ସବୁଠୁ ଆଗରେ ତାରାବାହିନୀ ପତି

ଭୁବନେଶ୍ୱରର: ବିଜେଡିର ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକ ଚୟନ ହେବା ପରେ ଏବେ କଂଗ୍ରେସ ଉପରେ ସଭିଙ୍କ ନଜର ରହିଛି । ଗୃହରେ କଂଗ୍ରେସର କିଏ ହେବେ ବିଧାୟକ ଦଳ ନେତା, ତାକୁ ନେଇ ଅଙ୍କ କଷା ଜାରି ରହିଛି । ବୁଧବାର ଭୁବନେଶ୍ୱରରେ ଦଳର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିବା ବେଳେ ଦୁଇ ଜଣଙ୍କ ନାମ ଏଆଇସିସି ନିକଟକୁ ପଠାଯାଇଛି।

ଏହି ଦୁଇ ଜଣ ହେଲେ ୫ ଥରର ବିଧାୟକ ତାରା ପ୍ରସାଦ ବାହୀନିପତି ଏବଂ ୩ ଥରର ବିଧାୟକ ରାମଚନ୍ଦ୍ର କାଡାମ୍। ତେବେ କଂଗ୍ରେସର ବିଧାୟକ ଦଳ ନେତା ଦୌଡ଼ରେ ଆଗରେ ତାରା ବାହିନୀପତି ଥିବା ନେଇ ଚର୍ଚ୍ଚା ହେଉଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି । ଏ ସମ୍ପର୍କରେ ଏଆଇସିସି ଚୂଡାନ୍ତ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ବାହାରିବାର ୧୫ ଦିନ ପରେ ବିଜେଡି ଗତକାଲି ବିଧାନସଭାର ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକଙ୍କକୁ ଚୟନ କରିଛି । ଏହା ସହିତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ କେଶରୀ ଦେବଙ୍କୁ ଉପମୁଖ୍ୟ ସଚେତକ ଭାବେ ବିଜେଡି ଚୟନ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ