Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭର୍ତ୍ତୃହରି ମହତାବଙ୍କୁ ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ବିଜେପିର କଟକ ସାଂସଦ ଭର୍ତ୍ତୃହରି ମହତାବ ହେବେ ଲୋକସଭାର କାମଚଳା ବାଚସ୍ପତି । ଅଷ୍ଟାଦଶ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ସେ କରାଇବେ ଶପଥ ପାଠ । ସମ୍ବିଧାନର ଧାରା ୯୫ (୧) ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ନିଯୁକ୍ତି ଦେଇଛନ୍ତି । ବିଧିବଦ୍ଧ ବାଚସ୍ପତି ନିର୍ବାଚନ ଯାଏଁ ମହତାବ ସାମ୍ବିଧାନିକ ଦାୟିତ୍ବ ତୁଲାଇବେ ।

ସେହିପରି ସାଂସଦ ସୁରେଶ କୋଡିକୁନ୍ନିଲ, ଟି.ଆର. ବାଲୁ, ଆର.ଏମ. ସିଂହ, ଫଗନ ସିଂହ କୁଲସ୍ତେ, ସୁଦୀପ ବନ୍ଦୋପାଧ୍ଯାୟଙ୍କୁ ସମ୍ବିଧାନର ଧାରା ୯୯ ଅନୁସାରେ କାମଚଳା ବାଚସ୍ପତିଙ୍କ ସହାୟକ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଏମାନେ ମଧ୍ୟ ନୂଆ ସାଂସଦଙ୍କୁ ଶପଥ ପାଠ କରାଇବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ