Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସେଲ୍ଫି ନେଲା ଜୀବନ; ଗଙ୍ଗାରେ ବୁଡ଼ି ଗଲେ ଦୁଇ ସାଙ୍ଗ

Two arms coming up from water for help

ରାଏବରେଲି: ଆଜିକାଲିର ପିଲାଙ୍କୁ ସେଲ୍ଫି ନିଶା ଏତେ ଘାରିଛି ଯେ, ସେମାନେ ସ୍ଥାନ, କାଳ, ପାତ୍ର ଦେଖୁନାହାନ୍ତି । ବିପଦରୁ ବିପଦଜ୍ଜନକ ସ୍ଥାନରେ ସେଲ୍ଫି ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବାକୁ ପଛାଉ ନାହାନ୍ତି । ବିଶେଷ କରି ନାବାଳକମାନଙ୍କୁ ସେଲ୍ଫି ନିଶା ଘାରିଛି । ଯାହା ଅନେକ ସମୟରେ ସେମାନଙ୍କ ମୃତ୍ୟୁର କାରଣ ପାଲଟୁଛି । ଏମିତି ଘଟଣା ଘଟି ଚାଲି ଯାଇଛି ଦୁଇ ସାଙ୍ଗଙ୍କ ଜୀବନ । ତେବେ ଏହି ଘଟଣାରେ ଅନ୍ୟ ଜଣେ ଯୁବକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ଉତ୍ତର ପ୍ରଦେଶର ରାଏବରେଲି ସ୍ଥିତ ଗଙ୍ଗା ନଦୀରେ ଘଟିଛି ।

ତଥ୍ୟ ଅନୁସାରେ, ତିନି ଜଣ ସାଙ୍ଗ ତୌହିଦ୍ (୧୭), ଫହାଦ୍ (୧୯) ଏବଂ ଶାନ୍ (୧୮) ପାୟାଗପୁର ଗଙ୍ଗା ଘାଟକୁ ଯାଇ ସେଲ୍ଫି ନେବା ପାଇଁ ଡଙ୍ଗାରେ ଚଢ଼ି ଥିଲେ। ନଦୀ ଭିତରୁକୁ ଯାଇ ସେମାନେ ସେଲ୍ଫି ନେଉଥିଲେ । ସେଲ୍ଫି ନେବାରେ ସେମାନେ ଏତେ ବ୍ୟସ୍ତ ଥିଲେ ଯେ, କିଛି ନବୁଝି ଡଙ୍ଗାର ଗୋଟିଏ ପାଖକୁ ଚାଲି ଯାଇଥିଲେ । ଫଳରେ ଭାରସାମ୍ୟ ହରାଇ ନଦୀରେ ପଡ଼ି ଯାଇଥିଲେ ।

ତୌହିଦ ଓ ଶାନ୍‌ ନଦୀରେ ବୁଡ଼ି ଯାଇଥିବା ବେଳେ ଫହାଦ ପହଁରି କୂଳକୁ ଚାଲି ଆସିବାକୁ ସକ୍ଷମ ହୋଇଥିଲେ । ସେପଟେ ନିଖୋଜ ପିଲାଙ୍କୁ ଖୋଜିବା ପାଇଁ ସ୍କୁବା ଡାଇଭର୍‌ ନିୟୋଜିତ କରାଯାଇଥିଲା । ରବିବାର ଦିନ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତୌହିଦ୍ ଏବଂ ଶାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମାମଲାର ତଦନ୍ତ ଜାରି ରହିଥିବା ସର୍କଲ ଅଧିକାରୀ କହିଛନ୍ତି ।

More Stories