Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ବିରୋଧୀଙ୍କୁ ଦେଲେ ନୀତି ଶିକ୍ଷା

ନୂଆଦିଲ୍ଲୀ: ୧୮ତମ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଆଉ ହଙ୍ଗାମା ସହ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ଗୃହରେ ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ ଅନ୍ୟ ନବ ନିର୍ବାଚିତ ସାଂସଦ ଶପଥ ନେଉଛନ୍ତି ।

ଏହି କ୍ରମରେ ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟରଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧିତ କରି ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଏହା ସହ ସେ କହିଛନ୍ତି ଯେ,’ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ। ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ। ଏହା ଆମ ପାଇଁ ଭବ୍ୟ ବିଜୟ। ୩ ଗୁଣା ଅଧିକ ପରିଶ୍ରମ କରିବୁ।’ସେପଟେ ଜରୁରୀକାଳିନ ପ୍ରସଙ୍ଗ ଉଠାଇ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜୁନ ୨୫ ଗଣତନ୍ତ୍ର ପାଇଁ କଳା ଦିବସ ଥିଲା। ଜରୁରୀକାଳିନକୁ ୫୦ ବର୍ଷ ପୂରିବ। ଏମର୍ଜେନ୍ସୀରେ ଲୋକଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା। ଭାରତର ନୂତନ ପିଢି ଏହାକୁ ଭୁଲିବେ ନାହିଁ ।

ଏହାସହ ଦାୟିତ୍ୱବାନ ହେବାକୁ ବିରୋଧୀ ଦଳକୁ ଅପିଲ୍ କରିଛନ୍ତି ମୋଦୀ। ସଂସଦର ଗାରିମା ବଜାୟ ରଖିବାକୁ ସେ କହିଛନ୍ତି। ଆମେ ସମସ୍ତଙ୍କୁ ନେଇ ସମ୍ବିଧାନର ମର୍ଯାଦା ପାଳନ କରି ନିଷ୍ପତ୍ତିଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛୁ। ଯଦି ବିରୋଧୀ ଏଥିରେ ସହମତ ନ ହୁଅନ୍ତି ତେବେ ବିକାଶ ବାଧାପ୍ରାପ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ