Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର

ମାଲକାନଗିରି: ମାଛକୁଣ୍ଡ ଥାନା ବାରଙ୍ଗବାଡି ଗାଁରେ ଅଘଟଣ । ମହୁମାଛି ଆକ୍ରମଣରେ ଗାଁର ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ନାତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଜେଜେ ଓ ନାତି ଆଜି ସକାଳେ ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଗାଈ ଚରାଉଥିବା ବେଳେ କୌଣସି କାରଣରୁ ଜଙ୍ଗଲରେ ଥିବା ମହୁମାଛି ଦଳ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଉଭୟ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଧାଇଁଥିଲେ । ହେଲେ ମହୁମାଛି ଦଳଙ୍କ ଆକ୍ରମଣ ବନ୍ଦ ହୋଇନଥିଲା । ସେମାନଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଆସି ଉଭୟଙ୍କୁ କୌଣସି ମତେ ଉଦ୍ଧାର କରି ମେଡିକାଲ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜେଜେଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ନାତିଙ୍କର ଏବେ ବି ଚିକିତ୍ସା ଚାଲିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ଖବର ପାଇଁ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ