Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଆଡେ ଗଲେ ଆଇପିଏସ ଆଶିଷ ସିଂ? ସ୍ପଷ୍ଟ କଲେ ଡିଜିପି

ଭୁବନେଶ୍ୱର: କୁଆଡେ ଗଲେ ଆଇପିଏସ ଆଶିଷ ସିଂ? ଏହି ପ୍ରଶ୍ନ ଅନେକ ଦିନ ଧରି ସରକାରୀ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ଆଉ ଆଜି ଆଇପିଏସ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟ କଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଜୁନ ୩ ତାରିଖଠାରୁ ଆଶିଷ କାର୍ଯ୍ୟରେ ଯୋଗ ଦେଇଥିବା କହିଲେ । ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସ ମିଟିଂରେ ବି ସାମିଲ ଥିଲେ । ଆଶିଷ ତାଙ୍କ ଜଏନିଂ ରିପୋର୍ଟ ଏସଆଇଡବ୍ଲ୍ୟୁରେ ଦେଇଛନ୍ତି । ଏହା ରୁଟିନ କରେସପଣ୍ଡେଣ୍ଟଥିଲା । ହୁଏତ ଚିଠିଟି ସେଇଠି ରହି ଯାଇଥିବ । ଏବେ ଗୃହ ବିଭାଗକୁ ଏ ନେଇ ଅବଗତ କରାଇ ଦିଆଯାଇଛି । ଆଶିଷ ସିଂ କୁଆଡେ ଗଲେ ବୋଲି ଗତକାଲି ଗୃହ ବିଭାଗ ପଚାରିଥିଲେ ।

ସୂଚନାଯୋଗ୍ୟ, ଗତକାଲି ପୋଲିସ ଡିଜିଙ୍କୁ ଚିଠି ଲେଖି ଆଶିଷ ସିଂଙ୍କ ବିଷୟରେ ରିପୋର୍ଟ ମାଗିଥିଲେ ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ । ମେ’ ୪ ତାରିଖରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିଲେ ଆଶିଷ ସିଂ । ଏହା ପରେ ସେ ଛୁଟି ବଢ଼ାଇଛନ୍ତି କି ନାହିଁ, ସେ କୌଣସି ବି ସୂଚନା ଦେଇ ନ ଥିଲେ। ଯେଉଁ କାରଣରୁ ପୋଲିସ ଡିଜିଙ୍କୁ ଏଭଳି ଚିଠି ଲେଖିଥିଲେ ବିଭାଗର ଅତିରିକ୍ତ ସଚିବ ।

ଆଶିଷ ସିଂ ଛୁଟିରେ ରହି ନିର୍ବାଚନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲା ବିଜେପି । ଏହା ପରେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏମ୍ସରେ ମେଡିକାଲ ବୋର୍ଡ଼ ଆଇପିଏସ ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଂଚ କରିଥିଲେ । ଆଉ ମେଡିକାଲ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ବେଲି ଘୋଷଣା କରିଥିଲେ। ଏହା ପରେ ଆଶିଷ ସିଂଙ୍କ ବିରୋଧରେ ଆକ୍ସନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ।

ସୂଚନାଯୋଗ୍ୟ, ସ୍ଵାସ୍ଥ୍ୟ ଖରାପ ଥିବା ବାହାନ ଦେଖାଇ ଆଶିଷ ନିର୍ବାଚନରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ହୋଇଥିଲା। ବିଜେପି ତଥ୍ୟ ପ୍ରମାଣ ସହ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ ହୋଇଥିଲା। ଏହା ପରେ ଆୟୋଗ ତ୍ୱରିତ ପଦକ୍ଷେପ ନେଇ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଶିଷ ସିଂଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ