Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ଦୁର୍ନୀତି ମାମଲା: ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ । ରାଞ୍ଚି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାନୁଆରୀ ୩୧ରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ଗିରଫ କରିଥିଲା । ପୂର୍ବରୁ ୯ ଥର ସମନ ପଠାଇବା ପରେ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି। ଏହା ପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ଇଡି ତାଙ୍କୁ ଗିରଫ କରିଥିଲା । ସେବେଠାରୁ ଏହି ମାମଲାରେ ସୋରେନ ବିଭିନ୍ନ କୋର୍ଟ ସମେତ ସୁପ୍ରିମକୋର୍ଟରେ ପହଞ୍ଚି ଥିବାବେଳେ ଆଜି ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ୮.୮୬ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି । ସେ ଜମି ଜାଲିଆତି ପାଇଁ ତାଙ୍କ ପଦବୀର ଦୂରୁପୋଯୋଗ କରିଥିବା ଅଭିଯୋଗ କରିଥିଲା ଇଡି । ତେବେ ଇଡିର ଅଭିଯୋଗକୁ ଖଣ୍ଡନ କରି, ସୋରେନଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ ପ୍ରଣୋଦିତ ଓ ମିଥ୍ୟା ମାମଲାରେ କରାଯାଇଛି ବୋଲି ତାଙ୍କ ଓକିଲ କହିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।