Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ବସ୍‌ଷ୍ଟପରୁଅଚିହ୍ନା ବ୍ୟକ୍ତିର ମୃତଦେହ ଉଦ୍ଧାର

କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ବସ୍‌ଷ୍ଟପରୁଅଚିହ୍ନା ବ୍ୟକ୍ତିର ମୃତଦେହ ଉଦ୍ଧାର
ପାରଳାଖେମୁଣ୍ଡି:୩୦/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଥାନା କେ.ସୀତାପୁର ଗ୍ରାମ ନିକଟରେ ଥିବା ଲକ୍ଷ୍ମୀ ବସଷ୍ଟପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ କିଛି ଲୋକ ବସଷ୍ଟାଣ୍ଡ ନିକଟକୁ ଯାଇଥିବାବେଳେ ସେଠାରେ କେହି ଜଣେ ପଡ଼ି ରହିଥ‌ିବା ଦେଖ୍ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ I ପରେ ସ୍ଥାନୀୟ ସରପଞ୍ଚ ତେଜେଶ୍ବରଙ୍କ ଉପସ୍ଥିତିରେ ମୃତଦେହକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମୃତ ବ୍ୟକ୍ତି ଜଣକ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ବୋଲି ଅନୁମାନ କରାଯାଉଥିବା ବେଳେ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ଗ୍ରାମବାସୀ କହିଛନ୍ତି। ବ୍ୟବଚ୍ଛେଦ ପରେ ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ରଖ୍ ଆଖପାଖ ଅଞ୍ଚଳକୁ ତଥା ଥାନାକୁ ଫଟୋ ମାଧ୍ଯମରେ ସୂଚନା ଦିଆଯିବ। ୭୨ଘଣ୍ଟା ପରେ ମୃତଦେହ ଚିହ୍ନଟ ନ ହେଲେ ପାରଳାଖେମୁଣ୍ଡି ପୌରପାଳିକା ଦ୍ବାରା ଦାହ କରାଯିବା ବୋଲି କାଶୀନଗର ଥାନା ଅଧିକାରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ