Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାପୁର ବେଳାଭୂମି ବଣଭୋଜିରେ କଥା କଟାକଟି, ବାଦି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଜଣେ ଗୁରୁତର,୩ ରୁ ଉର୍ଦ୍ଧ୍ବ ଆହାତ।

ଗୋପାଳପୁର,୩୦/୦୬
ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ବେଳାଭୂମି ରେ ବଣଭୋଜି କରିବାକୁ ଆସିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ବାଦି ଛକ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ରୁ ଉର୍ଦ୍ଧ୍ବ ଆହାତ ହୋଇଥିବା ଜଣାପଡିଛି।ମୃତକ ଜଣକ
ପଡୋଶୀ ଆନ୍ଦ୍ରପ୍ରଦେଶ ର ଇଚ୍ଛାପୁର ଥାନା ଅଧିନସ୍ଥ କେଦାରପୁର ଗ୍ରାମର ଏ ବାଲୁ ରେଡି ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଆଜି ସକାଳେ କେଦାର ପୁର ଗ୍ରାମର ୨୦ ଜଣରୁ ଉର୍ଦ୍ଧ୍ବ ଯୁବକ ସୁନାପୁର ବେଳାଭୂମି କୁ ବଣ ଭୋଜି କରିବାକୁ ଯାଇଥିଲେ l ସେଠାରେ ଇଚ୍ଛାପୁର ବେଲପଡା ର କିଛି ଯୁବକ ମଧ୍ୟ ବଣଭୋଜି କରୁଥିଲେ। ଅପରାହ୍ନ ପ୍ରାୟ ୩ ଟା ବେଳେ ଉଭୟ ଗୋଷ୍ଠି ମଧ୍ୟ୍ୟରେ କୈାଣସି କଥାକୁ ନେଇ ବଚସା ହୋଇଥିଲା l ବଣ ଭୋଜି ସାରି ସନ୍ଧ୍ୟାରେ ମୃତକ ବାଲୁ ସମେତ ଅନ୍ୟ ମାନେ ଗ୍ରାମ କୁ ଫେରୁଥିବା ବେଳେ ବାଦି ଛକ ନିକଟରେ ଅନ୍ୟ ଗୋଷ୍ଠି ଯୁବକ ମାନେ ବାଲୁ କୁ ଗୋଡେଇ ଗୋଡେଇ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ lଯାହା ଫଳରେ ବାଲୁ ଚେତା ଶୂନ୍ୟ ହୋଇ ନିକଟରେ ଥିବା ଓଡିଆରପି କଲୋନୀ ର ଏକ ଘର ସମ୍ମୁଖରେ ଅଚେତ ହୋଇ ପଡିଯାଇଥିଲେ। ଆକ୍ରମଣ ରେ ୩ ରୁ ଉର୍ଦ୍ଧ୍ବ ଯୁବକ ମଧ୍ୟ୍ୟ ଆହତ ହୋଇଥିଲେ l ଘଟଣା ପରେ ଉଭୟ ଗୋଷ୍ଠୀର ଯୁବକ ମାନେ ଘଟଣା ସ୍ଥଳରୁ ଭୟରେ ଫେରାର ସୋଇ ଯାଇଥିଲେ।ଘଟଣା ନେଇ ଗୋଳନ୍ଥରା ଥାନା ରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବାଲୁ ସମେତ ଅନ୍ୟ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ l ଚିକିତ୍ସାଧୀନ ଅବସ୍ଥାରେ ବାଲୁଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୁଚନା ଦେଇଛି l ଖବର ଲେଖା ହେବା ସୁଦ୍ଧା ଥାନାରେ ଅଭିଯୋଗ ହୋଇନଥିବା ସୂଚନା ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories