Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣ୍ଡିଆ ପଲ୍ଲୀ ଛକରେ ଗୋମାଂସ ଭର୍ତ୍ତି କଣ୍ଟେନର କୁ କାବୁ କଲେ ବଜରଙ୍ଗ ଦଳ କର୍ମୀ।

ଗୋପାଳପୁର,୩୦/୦୬(ନିପ୍ର)
ଜାତୀୟ ରାଜପଥ ନଂ ୧୬ ଅନ୍ତର୍ଗତ ତଥା ଚମାଖଣ୍ଡି ଥାନା ଅଧୀନସ୍ଥ ମାଣ୍ଡିଆ ପଲ୍ଲୀ ଛକ ଠାରେ ବଜରଙ୍ଗ ଦଳ କର୍ମୀଙ୍କ ପକ୍ଷରୁ ଏକ ଗୋମାଂସ ଭର୍ତ୍ତି କଣ୍ଟେନର କୁ କାବୁ କରାଯାଇଛି।କଣ୍ଟେନର( ଏ ପି ୦୩ ଟି ଇ ୫୫୫୫) ଟି ଭୂବନେଶ୍ବର ରୁ ଆନ୍ଦ୍ରପ୍ରଦେଶ ପଟେ ଯାଉଥିବା ବେଳେ ଗଞ୍ଜାମ ଠାରେ ଆଜି ଭୋର ପ୍ରାୟ ୪ ଟା ବେଳେ କିଛି ବଜରଙ୍ଗ ଦଳ କର୍ମୀମାନେ ଏହା ନେଇ ଖବର ପାଇ ଥିଲେ। ଏହାପରେ କର୍ମୀ ମାନେ କଣ୍ଟେନର କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଣ୍ଟନେର ଟି ନ ଅଟକି ବ୍ରହ୍ମପୁର ପଟକୁ ଦୃତ ଗତିରେ ଚାଲି ଯାଇଥିଲା। କର୍ମୀ ମାନେ ଏହାକୁ ଗୋଡ଼ାଇ ଗୋଡ଼ାଇ ମାଣ୍ଡିଆ ପଲ୍ଲୀ ଛକ ଠାରେ କାବୁ କରିବାକୁ ସକ୍ଷମ ହୋଇଥିଲେ।କାବୁ କରିବା ପରେ କଣ୍ଟନେର ରେ ୧୮ କେଜି ବିଶିଷ୍ଟ ପେକେଟ ରେ ଗୋମାଂସ ଭର୍ତ୍ତି ହୋଇଥିବା ସହ ଶତାଧିକ ଏହି ଭଳି ପକେଟ୍ ରହିଥିବା ଦେଖିବାକୁ ପାଇଥିଲେ।ଗାଡିର ଡ୍ରାଇଭର ଏହା ନେଇ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।ପରେ ଘଟଣା ନେଇ ଚମାଖଣ୍ଡି ଓ ଗୋପାଳପୁର ପୁଲିସ କୁ ଅବଗତ କରାଯାଇଥିଲା। ଚମାଖଣ୍ଡି ପୁଲିସ ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି। ବଜରଙ୍ଗ ଦଳ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଆହୁରି ୨ ଟି କଣ୍ଟନେର ଆଗରୁ ଅଞ୍ଚଳ ଅତିକ୍ରମ କରି ଆନ୍ଦ୍ରପ୍ରଦେଶ ଅଭିମୁଖେ ଚାଲି ଯାଇଥିବା ପ୍ରକାଶ କରିଛନ୍ତି।