ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍, ୮ ଗୁରୁତର


ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିଷାକ୍ତି ଗ୍ୟାସ ଲିକ୍ ହୋଇ ୮ ଜଣ ଶ୍ରମିକ ଗୁରୁତର ଅସୁସ୍ଥ ହୋଇଛନ୍ତି । ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ଏହି ଅଘଟଣ ଘଟିଛି। ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ଭର୍ତ୍ତି କରାଯାଇଛି ।
ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା । ବିଷାକ୍ତ ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା ପ୍ରଥମ ନୁହେଁ । ବାରମ୍ବାର ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ହୋଇ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ କେତେ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଏହାସତ୍ତ୍ୱେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଶ୍ରମିକଙ୍କ ନିରାପତ୍ତା ନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି ।