Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଦି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ରେ ମୃତ୍ୟୁ ଘଟଣା ।ଥାନାରେ ମାମଲା।ନୃସସ ଭାବରେ କତୁରୀ ରେ ଆକ୍ରମଣ କରି ଏ ବାଲୁ ଙ୍କୁ ମାରିଥିଲେ।

ଗୋପାଳପୁର,୦୧/୦୭
ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ବେଳାଭୂମି ରେ ବଣଭୋଜି କରିବାକୁ ଆସିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ବାଦି ଛକ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଗୋଟିଏ ଗୋଷ୍ଠୀ ର କିଛି ଯୁବକ ନିକଟରେ ଥିବା ଭଣ୍ଡାରୀ ଦୋକାନ ରୁ ବାଳ କାଟିବା କତୁରୀ କୁ ଆଣି ମୃତକ ଏ ବାଲୁ ରେଡ୍ଡୀ ଙ୍କୁ ନୃସଂସ ଭାବରେ ଦେହର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିବା ସହ ଅଣ୍ଡକୋଷ କୁ ମଧ୍ୟ ଆକ୍ରମଣ କରିଥିଲେ। ଯାହାଫଳରେ ବାଲୁଙ୍କ ଘଟଣା ସ୍ଥଳରେ ହିଁ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟ ତିନି ଜଣ ଯୁବକ ମଧ୍ୟ ଆହାତ ହୋଇଥିଲେ।ଘଟଣା ନେଇ ଆଜି ମୃତକ ବାଲୁ ର ସାଙ୍ଗ ଏ ଯୋଗେନ୍ଦ୍ର ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୬୭/୨୪ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ସହ ଇଚ୍ଛାପୁର ପୁଲିସ ର ସହାୟତା ରେ କିଛି ଯୁବକଙ୍କୁ ଥାନାରେ ଆଣି ପଚରାଉଚରା ଜାରି ରଖିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ରବିବାର ଛୁଟି ଦିନ ଥିବାରୁ ଇଚ୍ଛାପୁର ଥାନା ଅନ୍ତର୍ଗତ କେଦାର ପୁର ଗ୍ରାମର ୨୦ ଜଣରୁ ଉର୍ଦ୍ଧ୍ବ ଯୁବକ ସୁନାପୁର ବେଳାଭୂମି କୁ ବଣ ଭୋଜି କରିବାକୁ ଯାଇଥିଲେ l ସେଠାରେ ଇଚ୍ଛାପୁର ବେଲପଡା ର କିଛି ଯୁବକ ମଧ୍ୟ ବଣଭୋଜି କରୁଥିଲେ। ଅପରାହ୍ନ ପ୍ରାୟ ୩ ଟା ବେଳେ ଉଭୟ ଗୋଷ୍ଠି ମଧ୍ୟ୍ୟରେ କୈାଣସି କଥାକୁ ନେଇ ବଚସା ହୋଇଥିଲା l ବଣ ଭୋଜି ସାରି ସନ୍ଧ୍ୟାରେ ମୃତକ ବାଲୁ ସମେତ ଅନ୍ୟ ମାନେ ଗ୍ରାମ କୁ ଫେରୁଥିବା ବେଳେ ବାଦି ଛକ ନିକଟରେ ଅନ୍ୟ ଗୋଷ୍ଠି ଯୁବକ ମାନେ ବାଲୁ କୁ ଗୋଡେଇ ଗୋଡେଇ ସଂଘବଦ୍ଧ ଭାବରେ ଭଣ୍ଡାରୀ ଦୋକାନ ର ଏକ କତୁରୀ ସାହାଯ୍ୟ ରେ ଆକ୍ରମଣ କରିଥିଲେ