Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯୁବକଙ୍କ ଗୁପ୍ତାଙ୍ଗ କାଟି, କାଜୁ ତୋଟାରେ ଫିଙ୍ଗି ଦେଲେ

ଗଞ୍ଜାମ: ଗତକାଲି ନିଖୋଜ ଥିଲେ । ଆଜି ମିଳିଲା ମୃତଦେହ । ନିଖୋଜ ବ୍ୟକ୍ତିଙ୍କୁ କରାଯାଇଛି ହତ୍ୟା । ତାହା ପୁଣି ତାଙ୍କ ଗୁପ୍ତାଙ୍ଗକୁ କାଟି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଯୋଡ଼ାବନ୍ଧ ଗାଁରେ। ମୃତ ଯୁବକଙ୍କ ନାଁ ଚିତ୍ତରଞ୍ଜନ ସାହୁ (୪୩) ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଚିତ୍ତ ଘରୁ ବାହାରକୁ ଯାଇଥିଲେ । ରାତି ହୋଇଯାଇଥିଲେ ମଧ୍ୟ ସେ ଘରକୁ ଫେରି ନଥିଲେ । ଫଳରେ ତାଙ୍କ ବଡ଼ଭାଇ ସୀମାଞ୍ଚଳ ଏବଂ ଜେଜେବାପା ଦଣ୍ଡପାଣି ତାଙ୍କୁ ଖୋଜାଖୋଜି କରିଥିଲେ । ଗାଁ ଓ ଏହାର ଆଖପାଖରେ ଖୋଜାଖୋଜି କରି ନିରାଶ ହେବା ପରେ ଘରକୁ ଫେରି ଆସିଥିଲେ ।

ଆଜି ସକାଳୁ ନିକଟସ୍ଥ କାଜୁ ଜଙ୍ଗଲରେ ଚିତ୍ତଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ଏହାପରେ ଘଟଣା ନେଇ ପୋଲିସକୁ ଖବର ଦିଆଯାଇଥିଲା । ଚିତ୍ତଙ୍କ ଗୁପ୍ତାଙ୍ଗକୁ କାଟି କେହି ହତ୍ୟା କରିବା ପରେ କାଜୁ ତୋଟାରେ ଫିଙ୍ଗି ଦେଇଥିବା ଜଣାପଡିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।