ଝାରସୁଗୁଡା ୨/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା କନକତୋରା ୪୯ ନଂ ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପାଲଟିଛି ମରଣଜନ୍ତା । ଦୀର୍ଘ ଦିନ ଧରି କତରବଗା ଗାଁ ନିକଟରେ ଥିବା ସଂକୀର୍ଣ୍ଣ ବ୍ରିଜ ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ପ୍ରକାଶ ଥାଉକି ଝାରସୁଗୁଡା ଭାୟା କନକତୋରା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଦୈନନ୍ଦିନ ଭାରିଯାନ ଗୁଡିକ କ୍ଷମତା ଠାରୁ ଅଧିକ ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କୁ ମାଲ ପରିବହନ କରୁଛନ୍ତି । ଯାହା ଫଳରେ ବିଶେଷ କରି ବେଳପାହାଡ଼ ଠାରୁ କନକତୋରା ପର୍ଯ୍ୟନ୍ତ ରାଜପଥ ଟି ସମ୍ପୁର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ତଥାପି ଏଥିପ୍ରତି ବିଭାଗୀୟ ଅଧିକାରୀ କିମ୍ବା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଗୁରୁତ୍ୱ ଦେଉ ନାହାନ୍ତି କି ରାସ୍ତାକୁ ମରାମତି ମଧ୍ୟ କରା ଯାଉନଥିବା ସାଧାରଣରେ ଅଭିଯୋଗ ହେଉଛି । ଏପରିକି ଏନଏଚ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ଗାଁ ନିକଟରେ ଥିବା ସଂକୀର୍ଣ୍ଣ ବ୍ରିଜ ମଝିରେ ଦୀର୍ଘ ଦିନ ହେଲା ଗର୍ତ୍ତ ସୃଷ୍ଟି ହୋଇଛି । ଯାହା ଫଳରେ ରାସ୍ତାରେ ଯାତାୟାତ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣା ର ମଧ୍ୟ ବଶବର୍ତ୍ତୀ ହେଉଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ମରାମତି କରିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।