ଜିଲ୍ଲା ସ୍ତରୀୟ ସମନ୍ଵିତ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-2024 ର ଶୁଭାରମ୍ଭ


ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ଜ଼ିଲ୍ଲା ତାଲିମ ଗୃହ ଠାରେ ଜିଲ୍ଲା ସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ- ୨୦୨୪ ର ଶୁଭାରମ୍ଭ ହୋଇଛି l ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ବିଭାଗ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ I ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ , ଜିଲ୍ଲା ପୋଗ୍ରାମ ସଂଯୋଜକ ବିଶ୍ୱମ୍ବର ବେହେରା , ଆର ସି ଏଚ ଡାକ୍ତର ସୁଧାଂଶୁ ନାଏକ , ଜିଲ୍ଲା ଆଶା ସଂଯୋଜକ ତରଣୀସେନ ପଧାନ ପ୍ରମୁଖ ମଞ୍ଚାସିନ ଥିଲେ I ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ସଂଯୋଜନା ରେ ଅତିଥିବୃନ୍ଦ ବ୍ୟାପକ ସଚେତନତା ସୃଷ୍ଟି କରି ମ୍ୟାଲେରିଆ , ଡେଙ୍ଗୁ , ଡ଼ାଇରିଆ , ଯକ୍ଷ୍ମl , କୁଷ୍ଠ ରୋଗ ଉପରେ ସଚେତନ କରିବା ତଥା ଟୀକାକରଣ ହୋଇ ନ ଥିବା ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଚିହ୍ନଟି କରଣ କରି ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ରେ ସଫଳ ହୋଇ ପାରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ଉକ୍ତ ସଭାରେ ସରକାରୀ ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ର ଛାତ୍ର ଛାତ୍ରୀ, ଆଶା , ଅଙ୍ଗନୱାଡି , ସ୍ୱାସ୍ଥ୍ୟ କର୍ମୀ , ସ୍ୱାସ୍ଥ୍ୟ ଅଧିକାରୀ , ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l