ସୁବର୍ଣ୍ଣପୁର ଜିଲ୍ଲା ଦୀପପାଲି ଜଙ୍ଗଲରୁ ଦୁଇଟି ଗଳିତ ମୃତଦେହ ଉଦ୍ଧାର


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଦୀପପାଲି ଜଙ୍ଗଲରୁ ସ୍ତ୍ରୀ ପୁରୁଷ ଦୁଇଜଣଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଉଭୟେ ପୂଜାପାଠ ପରେ ବିଷ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ତେବେ ଦୁଇ ମୃତଙ୍କ ପରିଚୟ ମିଳି ନଥିଲେ ହେଁ ସେମାନେ ସମ୍ବଲପୁର ଜିଲ୍ଲା ଧମା ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ଉଲୁଣ୍ଡା ପୋଲିସ ସାଇନଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି । ଜଙ୍ଗଲ ଭିତରେ ଦୁଇଟି ଗଳିତ ମୃତ ଦେହ ପଡ଼ିଥିବା ଦେଖି ଦିପପାଲି ଗାଁ ଲୋକେ ଉଲୁଣ୍ଡା ପୋଲିସକୁ ଖବର ଦେଇଥିଲେ ।