ନିର୍ବାଚନର ମାସକ ପରେ ସମ୍ବିତଙ୍କ ବିସ୍ଫୋରଣ, ନବୀନଙ୍କୁ ନେଇ କହିଲେ ଏମିତି କଥା


ଭୁବନେଶ୍ୱର: ନିର୍ବାଚନର ମାସକ ପରେ ବିସ୍ଫୋରଣ ବୟାନ ଦେଲେ ସମ୍ବିତ ରାଉତରାୟ । ବିଜେଡିର ପରାଜୟ ପାଇଁ ପରୋକ୍ଷ ଭାବେ ସେ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି । ବିଜେଡିରେ କିଛି କୁଚକ୍ରୀ ଅଛନ୍ତି । ସେମାନେ ଦଳ ସୁପ୍ରିମୋଙ୍କୁ ହରାଇ ଦେଇଛନ୍ତି ।

ସେ କହିଛନ୍ତି, ନବୀନ ପଟ୍ଟନାୟକ ହାରି ନାହାନ୍ତି, ତାଙ୍କୁ ହରାଇ ଦିଆଯାଇଛି । ତାଙ୍କୁ ସୁନିଶ୍ଚିତ ଭାବେ ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ । ଆଜି ନ ହେଲେ କାଲି ସେ ମୂଷା କଢା ହେବେ । ନବୀନ ସରକାର ବହୁତ କାମ କରିଛନ୍ତି । ତଥାପି ଲୋକ ଆମକୁ ହରାଇ ଦେଲେ । ହାରିବାର ଅନେକ କାରଣ ରହିଛି । ହାରିବାର କାରଣ ପାଣ୍ଡିଆନ ଉତ୍ତର ହୋଇପାରେ ବୋଲି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ।

ସୂଚନାଯୋଗ୍ୟ, ପରାଜୟ ପରେ ବିଜେଡିର ଦଳୀୟ କନ୍ଦଳ ତୀବ୍ରତର ହୋଇଛି । ଭୁବନେଶ୍ୱର ବିଜେଡିର ଏହା ଅଧିକ ରହିଛି । ବରିଷ୍ଠ ନେତାମାନେ କିଛି କହୁ ନ ଥିଲେ ମଧ୍ୟ ଦଳ ଭିତରେ କିଛି ଠିକ୍ ନାହିଁ । ନିକଟରେ ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ବଡ ବୈଠକ ବସିଥିଲା ।