Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥ ନିର୍ମାଣ ହୋଇ ପାରୁ ନଥିବାରୁ ପହଣ୍ଡି ରେ ମାଉସୀ ମାଁ ମନ୍ଦିର ଗଲେ ତିନି ମୃର୍ତ୍ତି

ଗୋପାଳପୁର,୦୭/୦୭
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡି ଗ୍ରାମ ରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରର ରଥ ନଥିବା ଯୋଗୁଁ ମନ୍ଦିର ର ତିନି ମୂର୍ତ୍ତି କୁ ପହଣ୍ଡି କରାଯାଇ ମାଉସୀ ମାଁ ମନ୍ଦିର କୁ ବିଜେ କରା ଯାଇଛି।ଏହି ଅବସରରେ ଆର. ସୁବାଣୀ ଗ୍ରାମର କର୍ତ୍ତା ଭି. ରାଜୁ ରେଡ୍ଡୀ ଙ୍କ ତତ୍ବାବଧାନରେ ରେଡ୍ଡୀ ସଂଘମ ଦ୍ବାରା ଏହି ରଥଯାତ୍ରା ସମାପନ ହୋଇଥିଲା। ଦୀର୍ଘ ୨୭ ବର୍ଷ ହେଲା ରଥ ନଥାଇ ରଥ ଯାତ୍ରା ହେବା କ୍ଷୋଭର ବିଷୟ ବୋଲି ଅଞ୍ଚଳ ବାସୀ ଏବଂ ରେଡ୍ଡୀ ସଂଘମ୍ କହିଛନ୍ତି।ଗତ ୨୭ ବର୍ଷେ ତଳେ ରଥଚକ ତଳେ ଗ୍ରାମର ଜଣେ ବ୍ୟକ୍ତି ମୃତ୍ୟୁ ଘଟିଥିଲା।ଏହା ପରେ ନୂଆ ରଥ ନିର୍ମାଣ ନିମନ୍ତେ ମନ୍ଦିର କମିଟି ସ୍ଥିର କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇ ପାରିନଥିଲା।ଏହା ସହ ରଥ ର ସମସ୍ତ ସାମଗ୍ରୀ ରଖିବା ପାଇଁ ଉଦ୍ଦିଷ୍ଟ ରହିଥିବା ଘର ଟି ମଧ୍ୟ ଭାଙ୍ଗି ଯିବା ଯୋଗୁଁ ରଥ ରେ ବ୍ୟବହୃତ କାଠ ଗୁଡ଼ିକ ନଷ୍ଟ ହୋଇଯାଇଥିଲା ଯାହାଫଳରେ ଆଜି ଯାଏଁ ଆଉ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ସଂଗ୍ରହ ହୋଇ ପାରୁନଥିବା ରୁ ରଥ ନିର୍ମାଣ ରେ ବାଧକ ସାଜିଲା ସହ ପହଣ୍ଡି କରି ମୂର୍ତ୍ତିଙ୍କୁ ମାଉସୀ ମା ମନ୍ଦିର ନିଆଁ ଯାଉଥିବା ଗ୍ରାମବାସୀ କହିଛନ୍ତି।