ରୁୁଷ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଅଷ୍ଟ୍ରିଆକୁ କରିବେ ପ୍ରଥମ ଗସ୍ତ


ନୂଆଦିଲ୍ଲୀ: ରୁଷ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ରୁଷ ମଧ୍ୟରେ ରଣନୈତିକ ଭାଗିଦାରୀ ଗତ ୧୦ ବର୍ଷରୁ ମଜବୁତ ହୋଇଛି । ମୁଁ ନିଜ ମିତ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗ ଉପରେ ସମୀକ୍ଷା କରିବା ପାଇଁ ଉତ୍ସୁକ ।

ଋୁଷ ଓ ଅଷ୍ଟ୍ରିଆର ଦୁଇ ଦିନିଆ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଓ ରୁଷ ମଧ୍ୟରେ ଉର୍ଜା, ସୁରକ୍ଷା, କାରବାର, ନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଅଦ୍ଭୁତପୂର୍ବ ଉନ୍ନତି ଘଟିଛି । ଦୁଇ ଦେଶ ବିଶ୍ୱରେ ଶାନ୍ତିପୂର୍ଣ୍ଣ ଓ ସ୍ଥିରତା ପାଇଁ ସହାୟକ ଭୂମିକା ନିଭାଇବାକୁ ଚାହାନ୍ତି । ଏହି ଯାତ୍ରା ରୁଷରେ ମୋତେ ଭାରତୀୟ ସମୁଦାୟଙ୍କୁ ଭେଟିବାର ସୁଯୋଗ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନ ମଙ୍ଗଳବାର ୨୨ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏହି ଗସ୍ତରେ ମୋଦୀ ବିଭିନ୍ନ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆହୁରି ମଜବୁତ କରିବା ଦିଗରେ ବିଚାର ବିମର୍ଶ କରିବେ । ରୁଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଯାତ୍ରା କରିବେ । ଗତ ୪୦ ବର୍ଷରେ ଏହା କୌଣସି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ଅଷ୍ଟ୍ରିଆ ଗସ୍ତ ହେବ । ଏହି ଗସ୍ତରେ ପ୍ରଦୌଗିକି ଓ ଅନେକ କ୍ଷେତ୍ରରେ ସଂପର୍କ ସ୍ଥାପନ ହେବ ।