ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗର ମମତା ସରକାରଙ୍କୁ ବଡ ଝଟକା ଦେଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦାଖଲ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଏହି ଆବେଦନରେ କଲିକତା ଉଚ୍ଚ ନ୍ୟାୟାଳୟଙ୍କ ନିଷତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟ ନିଜ ନିଷ୍ପତ୍ତିରେ ସନ୍ଦେଶଖାଲିରେ ମହିଳାଙ୍କ ଯୌନଶୋଷଣ, ଜମି ହଡପ ଓ ରାସନ ଦୁର୍ନୀତି ସଂପର୍କିତ ସମସ୍ତ ମାମଲାରେ ସିବିଆଇ ତଦନ୍ତ ଆଦେଶ ଦେଇଥିଲେ ।
କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଖାରଜ କରିବା ସହ ସୁପ୍ରିମକୋର୍ଟ ମମତା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜ୍ୟ ସରକାର କାହିଁକି କୌଣସି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଉଲ୍ଲେଖନୀୟ ସନ୍ଦେଶଖାଲିରେ ଟିଏମସିରୁ ବହିଷ୍କୃତ ନେତା ଶାହଜାହାନଙ୍କ ଉପରେ ଯୌନ ଉତ୍ପୀଡନ ଓ ଜମି ହଡପର ଅଭିଯୋଗ ହୋଇଥିଲା । ଏହି ମାମଲାରେ ବିରୋଧୀ ମମତା ସରକାରଙ୍କୁ ଖୁବ୍ ଟାର୍ଗେ୍ଟ କରିଥିଲେ । ହାଇକୋର୍ଟ ସିବିଆଇ ତଦନ୍ତ ଆଦେଶ ଦେଇଥିଲେ ।
ଏହା ପୂର୍ବରୁ ମାମଲାରେ ସୁପ୍ରିମକୋର୍ଟ ଏପ୍ରିଲ ୨୯ରେ ଶୁଣାଣି କରିଥିଲେ । ସେହି ସମୟରେ ଜଷ୍ଟିସ ଗଭଇ କହିଥିଲେ, କୌଣସି ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର କାହିଁକି ଆବେଦନକାରୀଙ୍କ ପରି ଆସିଛନ୍ତି । ଏହି ମାମଲାରେ ଶୁଣାଣି ଘୁଞ୍ଚାଇବା ପାଇଁ ମମତା ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଙ୍ଘଭି ଦାବି କରିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସରକାରଙ୍କୁ ହଇରାଣ କରାଯାଉଛି ।