Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲାଏ ଶ୍ରୀ ଜଗନ୍ନାଥ ଏକାଡେମୀ ରେ ଦଶମ ଶ୍ରେଣୀ ପରୀକ୍ଷା ପ୍ରମାଣ ପତ୍ର ପ୍ରଦାନ ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଏକାଡେମୀ କୋଟସମଲାଇ ଠାରେ ଦଶମ ପ୍ରମାଣ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ପ୍ରଥମେ ୨୦୨୩-୨୦୨୪ ଶିକ୍ଷାବର୍ଷ ରେ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଓ ବରିଷ୍ଠ ଶିକ୍ଷକଙ୍କ ଦ୍ୱାରା ଦଶମ ଶ୍ରେଣୀ ପରୀକ୍ଷା ର ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଏନେଇ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକୟିତ୍ରୀ ଶୋଭାସିନୀ ମିଶ୍ର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଲକ ବିଜ୍ଞାନ ସମ୍ପାଦକ ସୁଧୀର କୁମାର ହୋତା କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିବା ବେଳେ, ହୃଷିକେଶ ପଧାନ, ଜ୍ଞାନ ପ୍ରକାଶ ଟପନୋ , ପ୍ରଫୁଲ୍ଲ ସାହୁ , ସାନ ଡାଙ୍ଗ ପ୍ରମୁଖ ମଞ୍ଚାସିନ ଥିଲେ। ବିଦ୍ୟାଳୟ ରେ ପ୍ରଥମ ହୋଇଥିବା ଛାତ୍ରୀ ପୂଜା କମ୍ପ ଓ ଛାତ୍ରୀ ପ୍ରାଚୀ ଅମାତ ତାଙ୍କ ସଫଳତା ର ଯାତ୍ରା ସମ୍ପର୍କ ରେ ଅବଗତ କରାଇଥିଲେ। ଶେଷ ରେ ଓଡ଼ିଆ ଭାଷା ସାହିତ୍ୟ ର ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।