Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀ କ୍ଷେତ୍ର ପୁରୀ ରୁ ରଥ ଯାତ୍ରା ଦେଖି ଫେରୁଥିବା ବେଳେ ଟ୍ରେନରୁ ଖସିପଡି ଯୁବକର ମୃତ୍ୟୁ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ବୁଟୁଖମନ ଗ୍ରାମ ଜଣେ ଯୁବକ ପୁରୀ ରଥଯାତ୍ରା ଦେଖି ଫେରୁଥିବାବେଳେ ବେଳେ ଟ୍ରେନରୁ ଖସିପଡି ମୃତ୍ୟୁ ହୋଇଥିବା ଜଣାଯାଇଛି । ଉକ୍ତ ଯୁବକ ହେଲେ ବୁଟୁଖମନ ଗ୍ରାମର ବିଷ୍ଣୁଚରଣ ପଧାନଙ୍କ ପୁତ୍ର ସଚ୍ଚିତାନନ୍ଦ ପଧାନ (୧୭) । ସୂଚନା ଅନୁଯାୟୀ ରବିବାର ପୁରୀରୁ ରଥଯାତ୍ରା ଦେଖି ତପସ୍ଵିନୀ ଏକ୍ସପ୍ରେସରେ ଘରକୁ ଫେରୁଥିବା ସମୟରେ ବଇଣ୍ଡା ନିକଟରେ ସଚ୍ଚିଦାନନ୍ଦ ଟ୍ରେନରୁ ଖସିପଡି ଥିଲେ । ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସୋମବାର ସକାଳୁ ନିଜ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।‌ ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଉକ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ ।