କଳାପଥର ପ୍ରାଥମିକ ବିଦ୍ୟାଳୟ କୁ ଶିକ୍ଷକ ବିଳମ୍ବରେ ଆସି ଥିବାରୁ ସ୍କୁଲ ରେ ତାଲା ପକାଇ ଦେଇଥିଲେ ଅବିଭାବକ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଦୁଇଜଣ ଶିକ୍ଷକ କୌଣସି କାରଣ ନ ଦର୍ଶାଇ ସ୍କୁଲ ରେ ଅନୁପସ୍ଥିତ ଥିବା ବେଳେ   ନିଜେ ଛାତ୍ର ଛାତ୍ରୀ ମାନେ ତାଲା ଖୋଲି ପ୍ରାର୍ଥନା କରିଥିଲେ l ଏହି ଘଟଣା କୁ ନେଇ ଅଭିଵାବାକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା l ପ୍ରତିବାଦ ସ୍ଵରୂପ ବିଦ୍ୟାଳୟରେ ଅଭିଭାବକ ମାନେ ତାଲା ପକାଇ ଦେଇଥିଲେ । ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ 30ଜଣ ଛାତ୍ରଛାତ୍ରୀ  ଅଧ୍ୟୟନ କରୁଛନ୍ତି ଏବଂ ସେମାନଙ୍କ ପାଇଁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ସନ୍ତୋଷ ବେହେରା ଏବଂ ସହକାରୀ ଶିକ୍ଷକ ଭାବେ ରମେଶ କାନ୍ତି  ନିଯୁକ୍ତ ହୋଇଛନ୍ତି । ମଙ୍ଗଳବାର ଛାତ୍ରଛାତ୍ରୀ  ମାନେ ବିଦ୍ୟାଳୟକୁ ଆସିଥିଲେ ମଧ୍ୟ  ବିଦ୍ୟାଳୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଶିକ୍ଷକ ଆସି ନ ଥିବାରୁ  ବିଦ୍ୟାଳୟ ଖୋଲା ଗଲା ନାହିଁ l ପରେ ଜଣେ ଶିକ୍ଷକ ଛାତ୍ରୀକୁ ବିଦ୍ୟାଳୟର ଚାବିଦେଇ ବିଦ୍ୟାଳୟ ଖୋଲିବାକୁ କହିଥିଲେ । ଫଳରେ ଛାତ୍ରୀ ଜଣକ ବିଦ୍ୟାଳୟ ଖୋଲିଲାପରେ ସବୁ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ପ୍ରବେଶକରି ପ୍ରାର୍ଥନା କରିଥିଲେ । ପରେ ରୋଷେଇଆ ଆସି ରୋଷେଇ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେବା ସହ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ । ଶିକ୍ଷକ ରମେଶ କାନ୍ତି ବିଳମ୍ବରେ ପହଞ୍ଚିଲା ପରେ ବିଦ୍ୟାଳୟରେ ତାଲା ଖୋଲିଥିବା ବେଳେ ପାଠ ପଢା ମଧ୍ୟ ସ୍ଵାଭାବିକ ହୋଇଥିବା ଜଣାପଡିଛି l ତେବେ ପ୍ରଧାନ ଶିକ୍ଷକ ସନ୍ତୋଷ ମେଡିକାଲ କାମରେ ଯାଇଥିବା କୁହା ଯାଉଥିବା ବେଳେ ଏନେଇ ସିଆରସିସି ରଞ୍ଜନ ଜଗଦଲା ସନ୍ତୋଷ ଛୁଟିରେ ଯାଇଥିବା ଜାଣି ନ ଥିଲେ ବୋଲି କୁହନ୍ତି l ଅନ୍ୟପକ୍ଷରେ ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଲୀ କରିବା ପାଇଁ ଅଭିଭାବକ ମାନେ ଦାବି କରିଥିଲେ l