Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହା ହେବେ ପରିନୀତି ଓ ରାଘବ!; ସରିଲା ନିର୍ବନ୍ଧ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ଆପ୍‌ ସାଂସଦ ରାଘବ ଚଢାଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳୁଛି। ଅନେକ ଥର ଦୁହିଁଙ୍କୁ ଏକାଧିକ ଥର ଦେଖିବାକୁ ମିଳିଛି। ଏହା ଭିତରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ପରିନୀତି ଓ ରାଘବ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ଏକ ରିପୋର୍ଟ ଅନୁଯାୟୀ ପରିନୀତି ଏବଂ ରାଘବଙ୍କ ନିର୍ବନ୍ଧ ସରିଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଉଭୟ। ପରିନୀତିଙ୍କୁ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ଯାଇଥିବା ଚର୍ଚ୍ଚା ହେଉଛି।

ଅକ୍ଟୋବର ୨୭ରେ ଜିଓ ମାମି ଫିଲ୍ମ ମହୋତ୍ସବ ଥିବାବେଳେ ଏହି ଫିଲ୍ମରେ ଯୋଗ ଦେବାକୁ ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ତେବେ ଏହି ସମୟରେ ରାଘବ ଓ ପରିଣୀତିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରୁ ଉଭୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ