Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଲଚରା ଗ୍ରାମ ନିଖୋଜ ସୁରଥ ଙ୍କ ମୃତ ଦେହ ଉଦ୍ଧାର ; ପରିବାର କୁ ନ୍ୟାୟ ପ୍ରଦାନ ଦାବିରେ ରାସ୍ତା ରୋକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଗ୍ରାମର ସୁରଥ ନାଏକ (୫୫) ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପରିବାର ଲୋକ ତାଙ୍କୁ ଖୋଜାଖୋଜି କରି ସ୍ଥାନୀୟ ହରିହର ଯୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବାର ଚିହ୍ନ ଦେଖିଥିଲେ। ପରିବାର ଲୋକେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଅପହରଣ କିମ୍ବା ହତ୍ୟା କରାଯାଇଥିବା କଥା ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ପୀଡ଼ିତ ପରିବାରକୁ ଶୀଘ୍ର ନ୍ୟାୟ ପ୍ରଦାନ ଓ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ତାଙ୍କ ପରିବାର ଓ ଗ୍ରାମବାସୀ ଗୁରୁବାର ସକାଳୁ ଦିନ ୧୨ଟା’ ଯାଏ ପ୍ରାୟ ୬ ଘଣ୍ଟା ଧରି ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତାରୋକ କରିଥିଲେ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ସେହି ବାଟଦେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ସମୟରେ ପରିବାର ଲୋକେ ତାଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଶୀଘ୍ର ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବା ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସର୍ବଶେଷ ଖବର ଅନୁଯାୟୀ ସନ୍ଧ୍ୟାରେ ନିଖୋଜ ସୁରଥଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର ହୋଇ ଥିବା ଜଣାଯାଇଛି। ପୁଲିସ ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବାବେଳେ ଥାନା ଅଧିକାରୀ ଶୋଭକର ସେଠ୍ ଘଟଣାକୁ ନେଇ କେଶ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ