Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୧୯ ଖଣ୍ଡ ମୌଜା ଧୁଲୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଦୁଇ ବଣୁଆ ହାତୀ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳରୁ ଆସିଥିବା ସୂଚନା

ଝାରସୁଗୁଡା ୧୩/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବନଖଣ୍ଡ ଅଧିନସ୍ଥ ବେଳପାହାଡ଼ ଫରେଷ୍ଟ ରେଞ୍ଜ କନକତୋରା ଫରେଷ୍ଟ ସେକ୍ସନ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଧୁଲୁଣ୍ଡା ଗାଁର ସାଏ ଡୁଙ୍ଗୁରିକୁ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳରୁ ଦୁଇଟି ବଣୁଆ ହାତୀ ଗୁରୁବାର ରାତିରେ ଚାଲି ଆସିଥିବା ସ୍ଥାନୀୟ ଲୋକେ ଜାଣିପାରି ବନ ବିଭାଗକୁ ଖବର ଦେଇଥିଲେ । ବେଳପାହାଡ଼ ରେଞ୍ଜର ଶର୍ମିଳୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ବନପାଳ ଲଳିତ ଅଢାଙ୍କ ସହ ବନ କର୍ମଚାରି ମାନେ ଘଟଣା ସ୍ଥଳରେ ପହଞ୍ଚି ବଣୁଆ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିଲେ ମଧ୍ୟ କୌଣସି ସୁରାକ ପାଇନଥିଲେ । ତେଣୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ବଣୁଆ ହାତୀଙ୍କ ଅବସ୍ଥିତି ଜଣା ପଡିଥିଲା । ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଦୁଇଟି ଯାକ ବଣୁଆ ହାତୀ ଜଙ୍ଗଲରୁ ବାହାରି ଧୁଲୁଣ୍ଡା ବସଷ୍ଟାଣ୍ଡରେ ଥିବା ଏକ ଜଳଖିଆ ହୋଟେଲ ନିକଟକୁ ଚାଲି ଆସିଥିଲେ । ମାତ୍ର ବନ ବିଭାଗର କର୍ମଚାରୀ ମାନେ ବାଣ ଫୁଟାଇ ହାତୀ ମାନଙ୍କୁ ଘଉଡ଼ାଇ ଯୋଗୁଁ ପିଥିଣ୍ଡା ପଞ୍ଚାୟତ ଭଦ୍ରାପାଲି ପର୍ଯ୍ୟନ୍ତ ଆସି ପୁଣି ସେହି ଜଙ୍ଗଲ ଭିତରକୁ ଫେରି ଯାଇଛନ୍ତି । ହେଲେ ହାତୀମାନେ କାହାରି କୌଣସି କ୍ଷୟକ୍ଷତି କରିନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଅଞ୍ଚଳବାସୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ହାତୀ ମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରଖା ଯାଇଥିବା ବେଳପାହାଡ଼ ରେଞ୍ଜର ଶର୍ମିଲୀ ନାୟକ ପ୍ରକାଶ କରିଛନ୍ତି । କିନ୍ତୁ ଆଜି ରାତିରେ ଦୁଇ ବଣୁଆ ହାତୀ ମହାନଦୀ କୂଳକୁ ଚାଲି ଯାଇଥିବା ବନପାଳ ଲଳିତ ଅଢା ସୂଚନା ଦେଇଛନ୍ତି ।

More Stories