କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ଗାଙ୍ଗପୁର ପୋଲିସ


ବେଲଗୁଣ୍ଠା,20/04, ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗ୍ରାମର କୁଖ୍ୟାତ ଅପରାଧୀ ଭଗବାନ ଗୌଡକୁ ଗାଙ୍ଗପୁର ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଭଗବାନ ଜଣେ କୁଖ୍ୟାତ ଲୁଟେରା ଏବଂ ଡ଼କାୟତ ଥିଲା I ଏନେଇ ପୂର୍ବରୁ ଥାନାରେ 205/2010 ଏବଂ 478/2012 ରେ ମାମଲା ରୁଜୁ ହୋଇଥିଲା I ଏହି ମାମଲାକୁ ଭିତ୍ତି କରି ଭଗବାନ ବିରୁଦ୍ଧରେ ଜାମିନ୍ ବିହୀନ ଗିରଫ ପରୱାନା ବଳରେ ଆଜି ଗାଙ୍ଗପୁର ପୋଲିସ୍ ଭଗବାନକୁ ଗିରଫ କରି ଆସିକା କୋର୍ଟଚାଲାଣ କରିଥିବା ଗାଙ୍ଗପୁର ପୋଲିସ୍ ସୂତ୍ରରୁ ପ୍ରକାଶ I ପ୍ରକାଶ ଥାଉକି ଭଗବାନର ବହୁ ଅପରାଧିକ ମାମଲାରେ ସମ୍ପୃକ୍ତି ରହିଥିବା ଜଣାପଡିଛି I