Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷକ ବିକାଶ ପରିଷଦ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ବୀରମହାରାଜାପୁର ଠାରେ ଆର ଏମ୍ ସି ର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର)
ବୀରମହାରାଜପୁର କୃଷକ ବିକାଶ ପରିଷଦ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ କୃଷିର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ମହାନଦୀର ସିଣ୍ଢୋଲ ଠାରେ ଆନିକଟ ନିର୍ମାଣ ପୂର୍ବକ ହରିହର ଯୋର ପ୍ରକଳ୍ପକୁ ସଂଯୋଗ କରାଯାଉ ଓ ପ୍ରକଳ୍ପର ବାମ ପାର୍ଶ୍ୱ କେନାଲ ଖୋଲାଯାଇ ଅଧିକ ଚାଷଜମିକୁ ଜଳସେଚିତ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି । ସେହିଭଳି ସମସ୍ତ କୃଷିଜାତ ଦ୍ରବ୍ୟକୁ ମଣ୍ଡି ମାଧ୍ୟମରେ କିଣାଯାଇ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ଦାବି ହୋଇଛି। ଏହାଛଡ଼ା ହରିହର ଯୋର ମୁଖ୍ୟ କେନାଲ ୧୪.୯୧୨ ମିଟର ପୁନରୁଦ୍ଧାର କାର୍ଯ୍ୟରେ ହୋଇଥିବା ଅନିୟମିତତା ଅଭିଯୋଗର ବିଚାର ବିଭାଗୀୟ ତଦନ୍ତ , ୨୦୦୪ରୁ ୨୦୧୭ ପର୍ଯ୍ୟନ୍ତ ତଳମୁଣ୍ଡର ପ୍ରାୟ ୪୦୦୦ ହେକ୍ଟର ଜମିରୁ ବିନା ଜଳସେଚନରେ ଜଳକର ଅସୁଲ କରାଯାଇଥିବା ଅଭିଯୋଗର ତଦନ୍ତ , ଅସାଧୁ ଡିଲରଙ୍କ ଦ୍ଵାରା ନିମ୍ନମାନର ବିହନ , ସାର , ଔଷଧ ଯୋଗାଣ ଉପରେ କାର୍ଯ୍ୟାନୁଷ୍ଠାନ , ପ୍ରତ୍ୟେକ ମଣ୍ଡିରେ ଭିତ୍ତିଭୂମିର ବିକାଶ ଓ ଶୀତଳ ଭଣ୍ଡାର ନିର୍ମାଣ, ବୀରମହାରାଜପୁର ଆରଏମସିର ମୁଖ୍ୟ କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ନିର୍ମାଣ କରିବା ଆଦି ୯ଟି ପ୍ରସ୍ତାବ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ