Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରିଡି ଠାରେ ଲକ୍ଷାଧିକ ଟଙ୍କା ବିନିଯୋଗରେ ନିର୍ମିତ ପାର୍କ କାମ ନିମ୍ନମାନର ଅଭିଯୋଗ କୁ ନେଇ ମନ୍ତ୍ରୀ ଙ୍କ ପାର୍କ ପରିଦର୍ଶନ।

ଗୋପାଳପୁର,୧୩/୦୭
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରିଡି ଗ୍ରାମ ପଞ୍ଚାୟତ ମନ୍ତ୍ରିଡି ଠାରେ ଶିଶୁ ମାନଙ୍କ ମନୋରଞ୍ଜନ ଏବଂ ଖେଳିବା ପାଇଁ ପଞ୍ଚାୟତ ପକ୍ଷରୁ ଆମ ଗାଁ ଆମ ବିକାଶ ଯୋଜନାରେ ଗତ ୨୦୨୧ ମସିହାରେ ଭୈରବୀମନ୍ଦିର ପାନ୍ଥନିବାସ ସମ୍ମୁଖରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା। କିନ୍ତୁ ଏହାର ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ବ୍ୟବହାର ହେବା ପୂର୍ବରୁ ଭଙ୍ଗାରୁଜା ଅବସ୍ଥାକୁ ଚାଲି ଆସିଥିବା ନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କୁ ଅଭିଯୋଗ କରିବା ପରେ ଆଜି ମନ୍ତ୍ରୀ ପାର୍କ ଅଞ୍ଚଳ ବୁଲି ଦେଖିବା ସହ ଏହାର ତଦନ୍ତ କରାଯିବା ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତପୋଷଣ କରିଛନ୍ତି। ଅଞ୍ଚଳବାସୀ ଙ୍କ ଅଭିଯୋଗ ଅନୁଯାୟୀ ୨୦୨୧ ମସିହାରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ଶିଶୁ ଉଦ୍ୟାନ କାମ କରା ଯାଇଥିଲା।ଏହା ସହ ଉଦ୍ୟାନର ପାଚେରୀ ନିର୍ମାଣ ବାବଦକୁ ମଧ୍ଯ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ନିର୍ନିମାଣ ହୋଇଥିବା ପାଚୋରୀ କାମ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଭାଙ୍ଗି ଯାଇଥିବା ସହ ଉଦ୍ୟାନ ର ସମ୍ମୁଖ ଗେଟ୍ ର ନାମଫଳକ ମଧ୍ଯ ସଂପୂର୍ଣ୍ଣ ଉଡ଼ିଗଲାଣି। ନିର୍ମାଣ ପରଠାରୁ ଏହି ଉଦ୍ୟାନ କାର୍ଯ୍ୟକ୍ଷମ ହୋଇ ନପାରିବା ସହ ଉଦ୍ୟାନକୁ ନା ଶିଶୁ ଆସିଲେ ନା ବୟଜ୍ୟୋଷ୍ଠ ଆସିଲେ ନାହିଁ। ଯାହାଫଳରେ ଧିରେ ଧିରେ ଏହି ଉଦ୍ୟାନ ଟି ଏବେ ଅସାମାଜିକଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏଠାରେ ଅନେକ ସମୟରେ ମଦ୍ୟପ ଙ୍କ ଭିଡ ଜମୁଥିବାରୁ ଏଠାକୁ ଆଉ ପିଲାଙ୍କୁ ନେଇ ଅଭିଭାବକ ଆସିଲେ ନାହିଁ। ଯାହାଫଳରେ ଏହା ଉଦ୍ୟାନ ଟି ଲୋକଙ୍କ କାମରେ ଲାଗୁ ନାହିଁ । ଆଜି ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ମନ୍ତ୍ରିଡି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଗୋକୁଳ କର ଙ୍କ ସମେତ ଅଞ୍ଚଳବାସୀ ପାର୍କ ର ଅବ୍ୟବସ୍ଥା ନେଇ ଅଭିଯୋଗ କରିବଖ ସହ ଶିଶୁ ଉଦ୍ୟାନ ର ସମସ୍ତ ତଥ୍ୟ ଦେଇ ଥିଲେ। ମନ୍ତ୍ରୀ ଏହାକୁ ବୁଲି ଦେଖିବା ସହିତ ଭଗ୍ନ ଅବସ୍ଥାରେ ରହିଥିବା ଦେଖି ଉଦବେଗ ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଏଥି ନେଇ ଜିଲ୍ଲାପାଳ ଙ୍କୁ ଏକ ଦରଖାସ୍ତ ଲେଖି ଜଣାଇବା ପାଇଁ କହିବା ସହ ତୁରନ୍ତ ଏହା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଇବେ ବୋଲି କହିଥିବା ଜଣାପଡିଛି।