Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଆଇ ଟି ଆଇ କଲେଜ ରେ ବିଶ୍ଵ ଯୁବ କୌଶଳ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ବାଗବର ସ୍ଥିତ ବୀରମହାରାଜପୁର ଆଇ ଟି ଆଇ କଲେଜ ରେ ବିଶ୍ୱ ଯୁବ କୌଶଳ ଦିବସ ପାଳିତ ହୋଇଯାଇଛି l ଆଇ ଟି ଆଇ କଲେଜ ର ଅଧ୍ୟକ୍ଷା ସଞ୍ଜୁ ବରୁଆଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ କିଶୋର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ମନଯୋଗ ଲଗାଇ ଶିକ୍ଷା ଆହୋରଣ କଲେ ଜୀବନରେ ନିଜକୁ ସବୁ କ୍ଷେତ୍ର ରେ ପ୍ରତିଷ୍ଠା କରି ପାରିବା ବୋଲି କହିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଜଟେସିଂହା ହାଇସ୍କୁଲ ର ପ୍ରଧାନଶିକ୍ଷକ ତ୍ରିପୁରାରି ରଥ , ବାଗବର ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳୀ ମିଶ୍ର , ପିତାମହୁଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଜଗଦଲା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ I ଅଶୋକ କୁମାର ବେଜି ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ, ମକରଧ୍ୱଜ ପାଢ଼ୀ ସଭା ସଂଚାଳନ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇ ଥିବା ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମର୍ଦ୍ଧନା ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକାଶ ଚନ୍ଦ୍ର ପାତ୍ର , ମନାଲିସା ବିଶ୍ୱାଳ , ପଙ୍କଜିନୀ ବେହେରା ପ୍ରମୁଖ ସହଯୋଗ କରିଥିଲେ l ଆଇ ଟି ଆଇ ରୁ କୃତକାର୍ଯ୍ୟ ହୋଇ ବିଭିନ୍ନ କମ୍ପାନୀ ରେ ନିଯୁକ୍ତି ପାଇଥିବା ଦୁଇଜଣ ଛାତ୍ର ଓ ଛାତ୍ରୀ ଙ୍କୁ ସମର୍ଦ୍ଧନା ଦିଆଯାଇଥିଲା l ନିମନ୍ତ୍ରିତ ଅତିଥି ମାନେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ତିଆରି କରିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ l ବିଶ୍ୱ ଯୁବ କୌଶଳ ଦିବସ ରେ ଆଇ ଟି ଆଇ କଲେଜ ପରିସରରେ ରେ ଅତିଥି, କଲେଜ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର, ଛାତ୍ରୀ ମାନେ ମିଳିତ ଭାବରେ ବୃକ୍ଷ ରୋପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ