Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋବ୍ରା ବିଜ୍ରରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ

କଟକ: ଯୋବ୍ରା ବ୍ରିଜରୁ ମହାନଦୀକୁ ଡେଇଁଲେ ପୁଣି ଜଣେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ମହାନଦୀକୁ ଡେଇଁ ପଡ଼ିଥିଲେ । ରାତି ହୋଇଥିବାରୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ନଥିଲେ । ଆଜି ସକାkଳୁ  ନିଖୋଜ ଯୁବକଙ୍କ ଖୋଜାଖୋଜି ଆରମ୍ଭ ହୋଇଛି ।

ମହାନଦୀକୁ ଡେଇଁ ପଡ଼ିଥିବା ଯୁବକ ଜଣଙ୍କ ହେଲେ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ । ଯୁବକ ଜଣଙ୍କ ନଦୀକୁ ଡେଇଁବା ସମୟରେ କିଛି ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହେଲେ ରାତି ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି  ନଥିଲା ।

ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ,ଏହା ପଛରେ କେଉଁ କାରଣ ଅଛି ତାହା ଜଣାପଡ଼ି ନାହିଁ। ଯୋବ୍ରା ବ୍ରିଜ ଉପରେ ଯୁବକଙ୍କ ଟୋପି ଓ ଚପଲ ପଡ଼ିଛି । ଅନ୍ୟପକ୍ଷରେ ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ