Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଦଳୀ ପାଲି ରେ ପାନୀୟ ଜଳ ପ୍ରକଲ୍ପ ଅଚଳ ; ଲୋକେ ପାଣି ଟୋପାଏ ପାଇଁ ଡହକ ବିକଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଛକ ନିକଟରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ 15 ଦିନ ହେଲା ଅଚଳ ହୋଇ ପଡ଼ିଛି । ଫଳରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବା ଜଣାପଡିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚଦଶ ସିଏଫ୍ ସି ଟାଏଡ ଫଣ୍ଡ ରୁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପ୍ରକଳ୍ପ କରାଯାଇଥିଲା । ମାତ୍ର ଏହା ଅଧିକାଂଶ ସମୟରେ ବନ୍ଦ ହୋଇ ପଡ଼ୁଥିବାରୁ ଲୋକେ ପିଇବା ପାଣି ଟିକେ ପାଇଁ ହନ୍ତସନ୍ତ ହେଉଛନ୍ତି l ସ୍ଥାନୀୟ ହାଇସ୍କୁଲ ନିକଟରେ ଏହି ପ୍ରକଳ୍ପ ଥିବାରୁ ଛାତ୍ରଛାତ୍ରୀ ମାନେ ଏଥିରୁ ପାଣି ବ୍ୟବହାର କରୁଥିବାବେଳେ ଯିବା ଆସିବା କରୁଥିବା ବାଟୋଇ ମାନେ ମଧ୍ୟ ପାଣି ପାଇଁ ଉକ୍ତ ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି । ଗ୍ରାମରେ ଏବେ ପାନୀୟ ଜଳ ର ଆବଶ୍ୟକତା ରହୁଥିବା ବେଳେ ଲୋକେ ପାଣି ଟୋପାଏ ପାଇଁ ଡହକ ବିକଳ ହେଉଛନ୍ତି। ଉକ୍ତ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳିପାରୁ ନାହିଁ। ଏ ନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ରଞ୍ଜନ ପଟେଲଙ୍କୁ ପଚାରିବାରୁ ଆସନ୍ତାକାଲି ପ୍ରକଳ୍ପ ମରାମତି କରାଯିବାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଅଚଳ ପ୍ରକଳ୍ପ କୁ ଯଥା ଶୀଘ୍ର ମରାମତି କରି କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ