Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲିପାଲି ରେ ଅଏଲ୍ ପlମ୍ ଚାଷୀ ମାନଙ୍କ ତାଲିମ୍ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ମଙ୍ଗଳବାର ଦିନ ଅଏଲ ପାମ ଚାଷ ସମ୍ବନ୍ଧୀୟ ଚାଷୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସୌଜନ୍ୟ ରେ ପ୍ରିୟୁନିକ ଇଣ୍ଡିଆ ଦ୍ଵାରା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ଅଞ୍ଚଳର ଅନେକ ଚାଷୀ ଯୋଗଦେଇ ଥିଲେ । ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସୁବର୍ଣ୍ଣପୁର ଜିଲ୍ଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହୃଷୀକେଶ ଦାସ , ଉଲୁଣ୍ଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିନ୍ଦୁଲତା ମାଝୀ , ପ୍ରିୟୁନିକ ଇଣ୍ଡିଆ ର ନିର୍ଦେଶକ ଡ. ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପିୟୁନିକ ଇଣ୍ଡିଆ ର ଟେକ୍ନିକାଲ ମ୍ୟାନେଜର ଫନି କୁମାର ଓ ଫିଲ୍ଡ ମ୍ୟାନେଜର ରବି କୁମାର ଅଏଲ ପାମ ଚାଷ ର ପ୍ରଣାଳୀ, ଏହାର ଯତ୍ନ ଓ ବଜାର ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାସ ଜିଲ୍ଲାରେ ଚଳିତ ବର୍ଷ ୨ ଶହ ହେକ୍ଟର ଜମିରେ ଅଏଲ ପାମ ଚାଷ କରା ଯିବାର ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ। ଏହା ସହିତ ବୀରମହାରାଜପୁର ବ୍ଲକରେ ଏହି ଚାଷ ପ୍ରଥମ ଥର କରାଯାଉଛି। ଏହା ଏକ ଲାଭ ଜନକ ଚାଷ ହୋଇଥିବାରୁ ଚାଷୀ ଏହାର ଲାଭ ନିଅନ୍ତୁ ବୋଲି କହିଥିଲେ । ଉଲୁଣ୍ଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିନ୍ଦୁଲତା ମାଝୀ ଏହି ଚାଷ ପାଇଁ ରହିଥିବା ସରକାରୀ ସହାୟତା ବିଷୟରେ ଆଲୋକପାତ କରିଥିଲେ । ପିୟୁନିକ ଇଣ୍ଡିଆ ର ନିର୍ଦେଶକ ଡ.ପ୍ରସାଦ ଏହି ଚାଷ କଲେ ତିନି ବର୍ଷରୁ ଅମଳ ହେବ ବୋଲି କହିବା ସହିତ ଏହାର ବଜାର ବ୍ୟବସ୍ଥା ରେ ରହିଥିବା ସୁବିଧା ଓ ଏଥିରୁ କିଭଳି ଲାଭବାନ ହୋଇ ପାରିବେ ସେହି ଦିଗ ଉପରେ ମତବ୍ୟକ୍ତ କରିଥିଲେ। ବ୍ଲକ୍ ର ତେଲିପାଲି ଗ୍ରାମର ରାଜଗୋପାଳ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀ ନିଜ ଜମିରେ ୪.୪ ହେକ୍ଟର ଜମିରେ ଏହି ଚାଷ କରିଛନ୍ତି। ତାଲିମ କାର୍ଯ୍ୟକ୍ରମ ପରେ ଅତିଥି ମାନଙ୍କ ଦ୍ଵାରା ଅଏଲ ପାମ ଚାରା ରୋପଣ କରାଯାଇଥିଲା । ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ ଚାରା ରୋପଣ ର ଶୁଭାରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବ୍ଲକର ଅନ୍ୟ ଅଞ୍ଚଳର ଚାଷୀ ଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରହିଥିବା ଉଦ୍ୟାନ କୃଷି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ