Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି କଲେ ଦରମଲା, ମେଡିକାଲ ନେବା ବାଟରେ ଚାଲିଗଲା ଜୀବନ

ସୋନପୁର: ଘରୁ କୌଣସି କାମରେ ବାହାରକୁ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି ଆରମ୍ଭ କରିଥିଲେ । ଗାଁ ମୁଣ୍ଡରୁ ସେ ମିଳିଥିଲେ । ହେଲେ ଜୀବିତ ଅବସ୍ଥାରେ ନୁହେଁ, ଦରମଲା ଅବସ୍ଥାରେ । କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ଗାଁ ମୁଣ୍ଡରେ ପକାଇ ଦେଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ବି ତାଙ୍କ ଜୀବନ ବଞ୍ଚାଇ ହୋଇନଥିଲା । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅନ୍ତର୍ଗତ ଚୌକାମାଲ ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ଶିବ ବରିହା ।

ଗତକାଲି ଶିବ ନିଜ ଗାଁ ଛକ ନିକଟକୁ କୌଣସି କାମରେ ଯାଇଥିଲେ । ହେଲେ ଦୀର୍ଘ ସମୟ ଯାଏଁ ଘରକୁ ଫେରି ନଥିଲେ । ପରେ ଶିବଙ୍କ ମୃତଦେହ ଗାଁ ପାଖରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ପହଞ୍ଚି ତାଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିବଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଶିବଙ୍କୁ ଧାରୁଆ ଅସ୍ତ୍ରରେ ଚୌକାମାଲ ଗାଁର ବିଶ୍ଵ ମହାନନ୍ଦ ହାଣି ହତ୍ୟା କରିଥିବ ପରିବାର ଲୋକେ ଲଛିପୁର ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି ।