ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ୱିଣ୍ଡୋରେ ଦେଖା ଦେଇଥିବା ବୈଷୟିକ(ଟେକ୍ନିକାଲ) ତ୍ରୁଟି କାରଣରୁ ସମଗ୍ର ଦୁନିଆରେ ବ୍ୟାଙ୍କିଙ୍ଗ ସେବାଠୁ ନେଇ ବିମାନ ସେବା ସବୁ ପ୍ରଭାବିତ ହୋଇଛି । ସମଗ୍ର ଦୁନିଆରେ ୱିଣ୍ଡୋ ୟୁଜର୍ସଙ୍କ ଡିଭାଇସରେ ବ୍ଲୁ ସ୍କ୍ରିନ ଦେଖିବାକୁ ମିଳିଛି । ଫଳରେ ମାଇକ୍ରୋସଫ୍ଟର ସବୁ କମ୍ପ୍ୟୁଟର, ଲ୍ୟାପଟପ ବନ୍ଦ ପଡିଛି । ତାହା ଉପରେ ଏରର ଲେଖା ହୋଇଛି । ୱିଣ୍ଡୋରେ ଦେଖା ଦେଇଥିବା ତ୍ରୁଟି ଯୋଗୁଁ ସୁପରମାର୍କେଟ୍ସ, ବ୍ୟାଙ୍କିଙ୍ଗ କାମ, ଷ୍ଟକ ମାର୍କେଟ୍ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆମେରିକାର ତିନି ଏୟାରଲାଇନ କମ୍ପାନୀ ନିଜର ସମସ୍ତ ବିମାନ ସେବା ବାତିଲ କରିଛି । ଭାରତରେ ମଧ୍ୟ ଏୟାରଲାଇନ୍ସ ସେବା ବାଧାପ୍ରାପ୍ତ ହୋଇଛି ।
ମାଇକ୍ରୋସଫ୍ଟ ଅପଡେଟ୍ କାରଣରୁ କେବଳ ଏୟାରଲାଇନ କି ବ୍ୟାଙ୍କିଂ ସେବା ନୁହେଁ ଅନେକ ଗଣମାଧ୍ୟମ ସଂସ୍ଥାର କାମ ମଧ୍ୟ ଠପ୍ ହୋଇ ଯାଇଛି । ଆମେରିକାର ଅନେକ ରାଜ୍ୟରେ ଜରୁରୀକାଳୀନ ସେବା ୯୧୧ ବାଧାପ୍ରାପ୍ତ ହୋଇଛି । ବ୍ରିଟେନରେ ସ୍କାଇ ନ୍ୟୁଜକୁ ଅଫ ଏରର କରିବାକୁ ପଡିଛି । ଏକ୍ସରେ ଲୋକମାନେ ୱିଣ୍ଡୋ କ୍ରାଶ ହୋଇଥିବାର ଫଟୋ ସେୟାର କରୁଛନ୍ତି ।
ଭାରତରେ ବିମାନ ସେବା ଯୋଗାଉଥିବା ତିନି ବଡ କମ୍ପାନୀର ସର୍ଭରରେ ବଡ ବୈଷୟିକ ତ୍ରୁଟଡି ଦେଖା ଦେଇଛି । ଇଣ୍ଡିଗୋ, ଆକାସା ଏୟାର ଓ ସ୍ପାଇସଜେଟର ଏୟାରଲାଇନ୍ସକୁ ଦୁନିଆର ଅନେକ ବିମାନବନ୍ଦର ସହ ସମନ୍ୱୟ ରଖିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଏହି କାରଣରୁ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ସହିତ ଦେଶର ଅନେକ ବିମାନ ବନ୍ଦରରେ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡିଛି ।
ୱିଣ୍ଡୋରେ ତ୍ରୁଟି କାରଣରୁ ଅଷ୍ଟ୍ରେଲିଆ, ବ୍ରିଟେନ, ଜର୍ମାନୀ, ଆମେରିକା ଆଦି ବଡ ଦେଶରେ ଏୟାରଲାଇନ ସେବା, ସୁପର ମାର୍କେଟ୍, ବଡ ବଡ ଉଦ୍ୟୋଗ, ରେଳ ଯାତ୍ରା, ଷ୍ଟକ ଏକ୍ସଚେଞ୍ଜର କାମ ମଧ୍ୟ ଠପ୍ ହୋଇ ଯାଇଛି । ତେବେ କେଉଁ କାରଣ ପାଇଁ ଏମିତି ସ୍ଥିତି ଉପୁଜିଲା ତାହା ଜଣା ପଡି ନାହିଁ ।