Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଙ୍ଗିଲା ଓଡ଼ିଶା କଂଗ୍ରେସ କମିଟି,ତାରା ନୁହେଁ ରାମଚନ୍ଦ୍ର କାଡମ ବିଧାୟକ ଦଳ ନେତା

ଭୁବନେଶ୍ଵର:  ଭଙ୍ଗ ହେଲା ଓଡ଼ିଶା କଂଗ୍ରେସ କମିଟି। ଏଆଇସିସିର ଅନୁମୋଦନକ୍ରମେ ପିସିସି ସଭାପତିଙ୍କୁ ବି ହଟାଇ ଦିଆଯାଇଛି। ସେପଟେ ୫ ଥର ର ବିଧାୟକ ତାରା ବାହିନୀପତି ଙ୍କୁ ପଛରେ ପକାଇ ପଟାଙ୍ଗି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡମଙ୍କୁ ବିଧାୟକ ଦଳ ନେତା କରାଯାଇଛି। କଂଗ୍ରେସର ସବୁ କମିଟିକୁ ଆଜି AICC ଭାଙ୍ଗିଦେଇଛି । ତେବେ ହଠାତ କଂଗ୍ରେସ କାହିଁକି ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ହାଇକମାଣ୍ଡ। ଏଆଇସିସିର ଏହି ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ସରଗରମ କରିଛି।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ୯ ରୁ ୯୦ ଫର୍ମୁଲାରେ ଫେଲ ମାରିବା ପରେ ତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି କିଛି ଯୁବ ଓ ଛାତ୍ର କର୍ମୀ ପାର୍ଟି ଅଫିସରେ କାଳିମାଡ଼ ସହ. ହୋହଲ୍ଲା କରିଥିଲେ। ନିର୍ବାଚନ ପରଠାରୁ କଂଗ୍ରେସ ଭବନ ଅଚଳ ହୋଇଯାଇଥିଲା। ମାସାଧିକ କାଳ ଧରି କଂଗ୍ରେସ ଭବନକୁ ପିସିସି ସଭାପତି କିମ୍ବା ବରିଷ୍ଠ ନେତାଙ୍କ ପାଦ ପଡ଼ିନଥିଲା। ଏପରିକି ସର୍ବଦଳୀୟ ବୈଠକକୁ ବି କଂଗ୍ରେସର ପ୍ରତିନିଧି ଯାଇପାରିନଥିଲେ। ଏଭଳି ସ୍ଥିତିରେ ହସ୍ତକ୍ଷେପ କରି ହାଇକମାଣ୍ଡ  ପିସିସିର ସବୁ କମିଟି ଭାଙ୍ଗିଦେଇଛନ୍ତି ।    

ବିଧାନସଭା ବଜେଟ ଅଧିବେଶନର ଦିନକ ପୂର୍ବରୁ AICC ବିଧାୟକ ଦଳ ନେତା, ଉପ ନେତା ଓ ମୁଖ୍ୟ ସଚେତକଙ୍କ ନାଁ ଘୋଷଣା କରିଛି ।  କଂଗ୍ରେସ ବିଧାୟକ ଦଳ ନେତା ଭାବେ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡ଼ାମ, ଉପ ନେତା ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ମୁଖ୍ୟ ସଚେତକ ଭାବେ ରାଜଗାଙ୍ଗପୁର ବିଧାୟକ ସି ଏସ ରାଜନ୍ ଏକ୍କାଙ୍କ ନାଁ କୁ ମୋହର ମାରିଛନ୍ତି ହାଇ କମାଣ୍ଡ। କାଡାମ  କହିଛନ୍ତି ଲୋକଙ୍କ ସମସ୍ୟା ବିଧାନସଭାରେ ଉଠାଇବୁ । ଦଳର ସମସ୍ତ ବିଧାୟକଙ୍କୁ ସାଥିରେ ନେଇ ଯିବୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ