Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋର୍ଟ ନିର୍ଦ୍ଦେଶ କୁ ଅବମାନନା କରିବାରୁ ଆତ୍ମାହୁତି ନିଷ୍ପତି ନେଇ ରାଷ୍ଟ୍ରପତି ଙ୍କୁ ଚିଠି ଲେଖିଲେ ଗୀତାଞ୍ଜଳି

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳୀ ସାହୁ ଙ୍କୁ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ନିଯୁକ୍ତି ଦିଆ ଯାଉ ନ ଥିବାରୁ ସେ ପରିବାର ସହିତ ଆତ୍ମାହୁତି ଦେବାକୁ ରାଷ୍ଟ୍ରପତି ଙ୍କୁ ଚିଠି ଲେଖିଛନ୍ତି। ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳି ସାହୁ ୨୦୧୧ ମସିହାରେ ରେଢାଖୋଲ କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ ବନପାଳ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିବା ରୁ ସେ ଉକ୍ତ ସମୟରେ ଆବେଦନ କରିଥିଲେ। ସେ ଏହି ପଦବୀ ପାଇଁ ପରୀକ୍ଷା ମଧ୍ୟ ଦେଇଥିଲେ । ତେବେ ପରୀକ୍ଷାରେ ଉତ୍ତିନ୍ନ ହୋଇଥିବା ସତ୍ବେ ମେରିଟ ଲିଷ୍ଟ ରେ ତାଙ୍କ ନାମ ନ ଥିବାରୁ ସେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଗୀତାଞ୍ଜଳୀ ଙ୍କ ଖାତାରୁ ଠିକ ଉତ୍ତରରେ ଭୁଲ ମାର୍କ ଦିଆଯାଇଥିବା ବେଳେ ଅନ୍ୟ ଜଣକୁ ଭୁଲ ଉତ୍ତରରେ ଠିକ ମାର୍କ ଦିଆଯାଇଛି । ଯାହା ଫଳରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଚାକିରି ପାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଗୀତାଞ୍ଜଳି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣି ନଥିବା ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ସେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି । ତେବେ ସେହି କେସ ରେ ଏକ ମିଥ୍ୟା ସତ୍ୟପାଠ ଦେଇ ବନ ବିଭାଗ ଗୀତାଞ୍ଜଳିକୁ ଦୋଷୀ କରିବାକୁ ଚେଷ୍ଠା କରିଥିଲେ । କିନ୍ତୁ ପରବର୍ତୀ ସମୟରେ କୋର୍ଟ ତାଙ୍କର ଆବେଦନ ଏବଂ ତଥ୍ୟକୁ ଦେଖି ତାଙ୍କୁ ଡିଗ୍ରୀ ଦେବା ସହିତ ଗିତାଞ୍ଜଳୀକୁ ଚାକିରି ସହିତ ସେହି ଦିନ ଠାରୁ ଦରମା ଦିଆଯାଉ ବୋଲି ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବନ ବିଭାଗ କୋର୍ଟଙ୍କ ନିର୍ଦେଶକୁ ବି ଖାତିରି ନକରି ୬ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯନ୍ତ ତାଙ୍କୁ ଚାକିରି ଦେଇ ନାହାନ୍ତି । ଏନେଇ ଗୀତାଞ୍ଜଳି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଠୀ ଆକର୍ଷଣ କରି ସାରିଛନ୍ତି l ହେଲେ କେହି ଶୁଣୁ ନ ଥିବା ଅଭିଯୋଗ କରିବା ସହିତ ସପରିବାର ଜୀବନ ହlରିବାକୁ ନିଷ୍ପତି ନେଇଛନ୍ତି । ଆସନ୍ତା ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଆଗରେ ସାମୁହିକ ଆତ୍ମାହୁତି ପାଇଁ ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ତୁରନ୍ତ ଚାକିରି ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି । ଏନେଇ ରେଢ଼ାଖୋଲ ଡିଏଫଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ