ଗଜବନ୍ଧ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ଡୁଙ୍ଗୁରିପାଲି : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ ହୋଇଯାଇଛି l ସ୍ଥାନୀୟ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଗଜବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ସୁଲେଇ ପ୍ରାଥମିକ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ମିତ୍ର ଅନୁପ କୁମାର ଗଡ଼ନାୟକ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷା ରେ ମାସିକ ପାଠ୍ୟ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ l ସୋନପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ରାମଜୀ ମାଝୀ ସମ୍ମାନିତ ଅତିଥିଭାବେ ଯୋଗଦେବା ସହ ବିଦ୍ୟାଳୟ ର ବିଭିନ୍ନ ସୃଜନାତ୍ମକ ଅଭିନଵ କାର୍ଯ୍ୟ କୁ ପରିଦର୍ଶନ କରିଥିଲେ l ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ହାରାଧନ ରଣା ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଉପରେ ଆଲୋଚନା କରିଥିବା ବେଳେ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତୁଳସୀରାମ ଭୋଇ ଶିକ୍ଷକ ଉପକରଣ କୋଣ ର ଉନ୍ନତି ବିଷୟରେ ଆଲୋଚନା କରିଥିଲେ I ସୁଲେଇ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗ ବିଦ୍ୟାଳୟ ବଗିଚା ର ଉନ୍ନତି ବିଷୟରେ ଆଲୋଚନା କରିଥିବା ବେଳେ କୁଶଦାଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁନାଥ ବାଗ ଶ୍ରେଣୀ ପର୍ଯ୍ୟବେକ୍ଷଣ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ ବିଦ୍ୟାଳୟ ର ତଥ୍ୟ ନବୀକରଣ ଉପରେ କହିଥିଲେ ଏବଂ କାଇସ କନ୍ଦା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶି ବିଦ୍ୟାଳୟ ରେ ସ୍ୱଚ୍ଛତା ଓ ସୁରକ୍ଷା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ l ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ମୋ ସ୍କୁଲ ଅଭିଯାନ ପୋର୍ଟାଲ ରେ ତଥ୍ୟ ନବୀକରଣ ଉପରେ ଏବଂ ସହକାରୀ ଶିକ୍ଷୟିତ୍ରୀ ଲଳିତା ଭୁଏ ସାଇବର ସୁରକ୍ଷା ଉପରେ ଆଲୋଚନା କରିଥିଲେ l ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଇ ଯାଦୁଇ ପିଟାରା ଆପ ର ବ୍ୟବହାର ଉପରେ ବୁଝାଇଥିଲେ I କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସୂର୍ଯ୍ୟଭାନୁ ରାଉତ , ବିଶ୍ଵଦେବ ବେରିଆ , ଅଜୟ ପଧାନ ଏବଂ ସ୍ଥାନୀୟ ବିଦ୍ୟାଳୟ ର ପାଚକ , ପାଚିକା ସହଯୋଗ କରିଥିଲେ l କାର୍ଯ୍ୟକ୍ରମ କୁ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ପରିଚାଳନା କରିଥିବା ବେଳେ ଶିକ୍ଷକ କୁଶ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ବୃକ୍ଷ ରୋପଣ କରି ସମସ୍ତ ବିଦ୍ୟାଳୟ ର ପରିବେଶ କୁ ସ୍ୱଚ୍ଛ ସୁନ୍ଦର କରିବାକୁ ନିଷ୍ପତ୍ତି ନେଇଥିଲେ l