Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲା ଟ୍ୟାକ୍ସ ସ୍ଲାବ, ଏବେ ଟ୍ୟାକ୍ସ କରଦାତାଙ୍କୁ ଏତିକି ଦେବାକୁ ପଡିବ ଟ୍ୟାକ୍ସ

ନୂଆଦିଲ୍ଲୀ: ମୋଦୀ ୩.୦ର ପ୍ରଥମ ବଜେଟରେ କରଦାତାଙ୍କୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଉପହାର ଦେଇଛନ୍ତି । ଏଥର କେନ୍ଦ୍ର ସରକାର ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ବଢାଇ ୭୫ ହଜାର ଟଙ୍କା କରି ଦିଆଯାଇଛି ।

ଚାକିରିଆମାନେ ଆଶା ରଖିଥିଲେ ଯେ, ଅର୍ଥମନ୍ତ୍ରୀ ଏଥର ବଜଟେରେ ଇନକମ ଟ୍ୟାକ୍ସ ସ୍ଲାବରେ ଆଶ୍ୱସ୍ତି ଦେବେ । ସରକାର ଷ୍ଟାଣ୍ଡାର୍ଡ ଡିଡକ୍ସନ ବଢାଇ ଏବଂ ନୂଆ ଟ୍ୟାକ୍ସ ରିଜିମରେ ପରିବର୍ତ୍ତନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ କହିବା କଥା ଟ୍ୟାକ୍ସ ସ୍ଲାବ ପରିବର୍ତ୍ତନରେ ଟ୍ୟାକ୍ସପେୟର୍ସଙ୍କ ଏକ ଲକ୍ଷ ୭୫ ହଜାର ଟଙ୍କା ବଞ୍ଚିଯିବ । କିନ୍ତୁ ଟ୍ୟାକ୍ସ ସ୍ଲାବରେ ଆୟର ପରିଧିକୁ ଆହୁରି ବଢାଇ ଦିଆଯାଇଛି । ଯଦ୍ୱାରା କରଦାତାଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି ।

ନୂତନ ଟ୍ୟାକ୍ସ ସ୍ଲାବ

୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ନାହିଁ
୩ ରୁ ୭ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଆୟକର
୭ରୁ ୧୦ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ ଆୟକର
୧୦ ଲକ୍ଷରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଆୟକର
୧୨ ଲକ୍ଷରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଆୟକର
୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର

ଏହା ପୂର୍ବରୁ ୨୦୨୩ରେ କେମିତି ଥିଲା ଟ୍ୟାକ୍ସ ସ୍ଲାବ

୦ରୁ ୩ ଲକ୍ଷ ଉପରେ ୦ ପ୍ରତିଶତ
୩ରୁ ୬ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଆୟକର
୬ରୁ ୯ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ ଆୟକର
୯ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଆୟକର
୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଆୟକର
୧୫ରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ