Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଜେଟରେ ବଡ ଘୋଷଣା, ଏକ କୋଟି ଯୁବକଙ୍କୁ ପ୍ରତି ମାସରେ ମିଳିବ ୫୦୦୦ ଟଙ୍କା ସ୍କୋଲାରଶିପ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଗତ କରିଛନ୍ତି । ଏହି ବଜେଟ୍ କୃଷକଙ୍କଠୁ ନେଇ ଯୁବ ଏବଂ ମହିଳାଙ୍କ ଉପରେ କେନ୍ଦ୍ରିତ ରହିଛି । ରୋଜଗାରଠୁ ନେଇ କୃଷି ପର୍ଯ୍ୟନ୍ତ ବଜେଟରେ ୯ ପ୍ରାଥମିକତା ଦେଇଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଘୋଷଣା କରିଛନ୍ତି । ଏକ କୋଟି ଯୁବକଙ୍କ ପାଇଁ ଖୁସି ଖବର ଆଣିଛି ଏହି ବଜେଟ୍ ।

ସୀତାରମଣ କହିଛନ୍ତି, ଦେଶର ବଡ ବଡ କମ୍ପାନୀଗୁଡିକରେ ଯୁବକଙ୍କୁ ଟ୍ରେନିଂ ଦିଆଯିବ । ସେଥିପାଇଁ ପ୍ରତି ମାସରେ ଏହି ସବୁ ଯୁବକମାନଙ୍କୁ ୫ ହଜାର ଟଙ୍କାର ମାସିକ ଭତ୍ତା ମିଳିବ । ଏହି ମାସିକ ଭତ୍ତା ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣଶିପ ଯୋଜନା ଆଧାରରେ ଯୁବକଙ୍କୁ ୧୨ ମାସ ପର୍ଯ୍ୟନ୍ତ ଏହି ସ୍କୋଲାରସିପ ମିଳିବ । ତେବେ ଦେଶର ବଡ ବଡ କମ୍ପାନୀଗୁଡିକୁ ଆଗାମୀ ୫ ବର୍ଷରେ ଏକ କୋଟି ଯୁବକଙ୍କୁ ଟ୍ରେନିଂ ଦିଆଯିବ ।

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣଶିପ ଯୋଜନା କେବଳ ୧୨ ମାସ ପାଇଁ ରହିବ । ଏହାରି ଆଧାରରେ ଯୁବକଙ୍କୁ କେବଳ ୧୦ ପ୍ରତିଶତ ଇଣ୍ଟର୍ଣ୍ଣଶିପର ଖର୍ଚ୍ଚ ଉଠାଇବାକୁ ପଡିବ । ସରକାରଙ୍କ ପକ୍ଷରୁ ମାସିକ ୫୦୦ ହଜାର ଟଙ୍କା ସ୍କୋଲାରଶିପ ମିଳିବ । ଏହି ଯୋଜନାରେ ଯେ କୌଣସି ଯୁବକ ଲାଭ ଉଠାଇ ପାରିବେ । ଦେଶର ଏକ କୋଟି ଯୁବକଙ୍କୁ ଏହାର ଲାଭ ମିଳିବ ।