Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନର ଉପସଭାପତି ହେଲେ ଅପରାଜିତା ଷଡଙ୍ଗୀ

ଭୁୁବନେଶ୍ୱର: ଭୁୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ପାଇଁ ବଡ ଉପଲବ୍ଧି । ଏସିଆ ପାସିଫିକ୍ ଗ୍ରୁପ ଆଇପିୟୁର ଉପ ସଭାପତି ହୋଇଛନ୍ତି ଏହି ଭୁବନେଶ୍ୱର ସାଂସଦ। ଆଇପିୟୁ କାର୍ଯ୍ୟକାରୀ କମିଟି ଦ୍ୱାରା ସେ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା ସୋସିଆଲ ମିଡିଆ ଏକ୍ସରେ ଜଣାଇଛନ୍ତି ଅପରାଜିତା।

ଗତ ମାର୍ଚ୍ଚ ମାସରେ ଜେନିଭାରେ ଆଇପିୟୁ ଆସେମ୍ବଲୀରେ ଭାଗ ନେଇଥିଲେ ଅପରାଜିତା ଷଡଙ୍ଗୀ। ସେ ଆଇପିୟୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଅଛନ୍ତି। ଏସିଆ ପାସିଫିକ୍ ଗ୍ରୁପ ସାଂସଦକୁ ନେଇ ଆଇପିୟୁ- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ରହିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ହାଉସ୍ କମିଟିରେ ସ୍ଥାନ ପାଇଥିଲେ ଅପରାଜିତା । ୧୨ ଜଣିଆ ହାଉସ୍ କମିଟିରେ ତାଙ୍କୁ ସ୍ଥାନ ଦେଇଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି। ଏହି କମିଟିରେ କଲ୍ୟାଣ ବାନାର୍ଜୀ, ସୁଧୀର ଗୁପ୍ତା, କୃପାନାଥ ମଲ୍ଲାହ, ଡି. ପୁରନ୍ଦେଶ୍ୱରୀ, ସୁଖଜିନ୍ଦର ସିଂହ ରାନ୍ଧୱା, ଏମ୍‌ଏସ୍ ରେଡ୍ଡୀ, କୋଡିକୁନ୍ନିଲ ସୁରେଶ, ଡକ୍ଟର ଟି ସୁମତି, ଅକ୍ଷୟ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବ ସଦସ୍ୟ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ