Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁଛି ସୁନା ଦର

ନୂଆଦିଲ୍ଲୀ: ଖସୁଛି ସୁନା ଦର । ଗତ କଛି ସପ୍ତାହ ତଳେ ସୁନା ଦର ବୃଦ୍ଧି ହୋଇଥିଲା । ଚଳିତ ସପ୍ତାହରେ ସୁନାଦର ୧୦ ଗ୍ରାମ ପିଛା ୬୦ ହଜାର ଉପରେ ରହିଥିଲା। ସେହିପରି ପୂର୍ବ ସପ୍ତାହରେ ସୁନା ଦର ବୃଦ୍ଧି ପାଇ ଏପ୍ରିଲ ୧୩ ତାରିଖ ଗୁରୁବାର ୬୦, ୭୪୩ରେ ବନ୍ଦ ହୋଇଥିଲା ।

IBJA ଦର ତୁଳନାରେ ଚଳିତ ସପ୍ତାହରେ  ସୋମବାର ଦିନ ୬୦, ୭୦୯ରେ ବନ୍ଦ ହୋଇଥିଲା । ମଙ୍ଗଳବାର ୬୦,୪୭୯ ଥିବା ବେ‌ଳେ ବୁଧବାର ୬୦, ୩୭୩, ଗୁରୁବାର ୬୦, ୫୧୭ ଏବଂ ଶୁକ୍ରବାର ୬୦, ୪୪୬ରେ ରହିଥିଲା । ଏ ସପ୍ତାହ ସାରା ସୁନା ଦରରେ ପରିବର୍ତ୍ତନ ଲାଗି ରହିଛି। ଗତ ସପ୍ତାହ ଏବଂ ଚଳିତ ସପ୍ତହ ମଧ୍ୟରେ ତୁଳନା କଣେ ସୁନା ୧୦ ଗ୍ରାମ ପିଛା ଦର ୨୯୭ ଟଙ୍କା ଶସ୍ତା ହୋଇଛି।

ଇଣ୍ଡିଆନ ବୁଲିଅନ ଜୁଏଲରୀ ଆସୋସିଏଶନ ଅନୁସାରେ, ୨୪ କ୍ୟାରେଟ ସୁନା ଦାମ ୨୦ ଏପ୍ରିଲରେ ସର୍ବାଧିକ ୬୦, ୬୧୬ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୬୦, ୩୭୩ ଟଙ୍କା ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ