କାଦୋଦର ଗାଁ ମୁଣ୍ଡରେ ପାଣି ଜମି ରହୁଥିବା ରୁ ଦେଖାଦେଇଛି ବହୁବିଧ ସମସ୍ୟା


 ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର କାଦୋଦର ଗାଁ ମୁଣ୍ଡ ରେ ଏବେ ଅଛରା଼ଏ ବର୍ଷା ହେଲେ ନିଷ୍କାସନ ହୋଇ ପାରୁ ନ ଥିବାରୁ  ପାଣି ଘର ମୁହାଁ ହୋଇଛି l ପାଣି ଜମି କରି ମଙ୍ଗୁଲୁ ମିସ୍ତ୍ରୀ , ସୁଦର୍ଶନ ବିନ୍ଧାଣି , ନାରାୟଣ ବେହେରା , ଖଗେଶ୍ୱର ମିସ୍ତ୍ରୀଙ୍କର ଘର ଭାଙ୍ଗିବା ସମ୍ଭାବନା ଦେଖା ଦେଇଛି l ପାଣି ଜମୁଥିବା ବେଳେ ଏବେ କଂକ୍ରିଟ କରଣ ହୋଇ ଥିବା ଯୋଗୁଁ ରାସ୍ତା ଟି ଉଚ୍ଚ ହେବା ଫଳରେ ପାଣି ନିଷ୍କାସନ ହୋଇ ପାରୁ ନାହିଁ l ଆଗାମୀ ଦିନ ପ୍ରବଳ ବର୍ଷା ହେଲେ ଘର ଭାଙ୍ଗିବା ସୁନିଶ୍ଚିତ ବୋଲି ଗ୍ରାମବାସୀ କୁହନ୍ତି l ଏହି ରାସ୍ତା ଦେଇ ସ୍କୁଲ , କଲେଜ, ଅଙ୍ଗନବାଡି କୁ ଯିବା ଆସିବା କରୁଥିବା ବେଳେ ଗ୍ରାମ ପଂଚାୟତ କୁ ହିତାଧିକାରୀ ଚାଉଳ ନେବା ବେଳେ ଅସୁବିଧା ସମ୍ମୁକ୍ଷୀନ ହେଉଥିବା ଜଣାପଡିଛି l ଜରୁରୀ ସେବା ଯୋଗାଇବା ପାଇଁ ଆମ୍ବୁଲାନ୍ସ ମଧ୍ୟ୍ୟ ଆସିପାରୁନାହିଁ l ଗ୍ରାମ ରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଥିବା ବେଳେ ସରପଞ୍ଚ ମଧ୍ୟ ଉକ୍ତ ଗ୍ରାମ ବାସିନ୍ଦା ଏବଂ ବ୍ଲକର ଭାଇସ ଚେଆର ମେନ ମଧ୍ୟ୍ୟ ଏହି ଗ୍ରାମ ର ଅଟନ୍ତି I ଏହି ଭଳି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବା ରୁ ଗ୍ରାମ ରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି l ଏଠାରେ ପ୍ରସିଦ୍ଧ ଉମାଦେବୀ ମନ୍ଦିର ଥିବା ରୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କ ପ୍ରତିଦିନ ଗହଳି ଲାଗି ରହିଥାଏ  l ଏହି ଗ୍ରାମର  ଅନ୍ୟଏକ ରାସ୍ତା ରେ କାଦୁଅ ପଚ ପଚ ହେଉ ଥିବାରୁ ସରକାର ଙ୍କର ଲକ୍ଷ୍ମୀ ବସ ମଧ୍ୟ ଯାଇ ପାରୁ ନାହିଁ l ଏଣୁ  ତୁରନ୍ତ ବ୍ଲକ ପ୍ରଶାସନ ରାସ୍ତା ର ସମସ୍ୟା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l