Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳ ବଜେଟ୍‌ରେ ଓଡ଼ିଶାକୁ ମିଳିଲା ୧୦ ହଜାର ୫୮୬ କୋଟିର ଅନୁଦାନ

ଭୁବନେଶ୍ଵର: ଏଥର ରେଲଓ୍ଵେ ବଜେଟ୍‌ରେ ଓଡ଼ିଶାକୁ ମିଳିଛି ରେକର୍ଡ ୧୦ ହଜାର ୫୮୬ କୋଟିର ଅନୁଦାନ। କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନା ପରେ ଗୁରୁବାର ରେଲୱେରେ ଓଡ଼ିଶା ପାଇଁ ଆବଣ୍ଟିତ ଅର୍ଥ ରାଶି ଉପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିସ୍ତୃତ ସୂଚନା ଦେଇଛନ୍ତି। ଏଥିସହ ୫୯ ରେଳ ଷ୍ଟେସନ୍‌କୁ ଅମୃତ ଭାରତ ଷ୍ଟେସନ୍‌ ଯୋଜନାରେ ସାମିଲ୍‌ କରାଯାଇଛି। ଆଜି ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।  

ସେ କହିଛନ୍ତି, ୟୁପିଏ ସରକାର ବେଳେ ବାର୍ଷିକ ୮୩୮ କୋଟି ମିଳୁଥିଲା । ୟୁପିଏ ତୁଳନାରେ ଏନଡିଏ ଶାସନରେ ଓଡ଼ିଶାକୁ ୧୨ ଗୁଣା ଅଧିକ ରେଳ ଅନୁଦାନ ମିଳିଛି । ରେଲୱେର ଦ୍ରୁତ ବିକାଶ ଚାଲିଛି । ଓଡ଼ିଶାରେ ରେଲୱେର ୧୦୦% ବିଦ୍ୟୁତ୍‌କରଣ କରିବାକୁ କାମ ଚାଲିଛି । ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ବିଦ୍ୟୁତ୍‌କରଣ କାମ ସରିଛି ।

ସେହିପରି ଓଡ଼ିଶାରେ ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ପରିଣତ କରାଯାଉଛି । ଓଡ଼ିଶାରେ ବର୍ତ୍ତମାନ ସମୟରେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଗତ ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ୍‌ ନିର୍ମାଣ ସରିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଅମୃତ ଭାରତ ଷ୍ଟେସନ୍‌ରେ ଯୋଜନାରେ ସାମିଲ୍‌ ହୋଇଥିବା ଷ୍ଟେସନ୍‌ ଗୁଡ଼ିକ ହେଲା- ଅନୁଗୋଳ, ବାଦାମ ପାହାଡ଼, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ୍‌, ବରଗଡ଼ ରୋଡ୍‌, ବାରିପଦା, ପରବାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପେଟଣା, ଭୁବନେଶ୍ୱର, ନୂଆ ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜ ନଗର, ଛତ୍ରପୁର, କଟକ, ଦାମନ ଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ୍‌, ହିମ୍‌ଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍‌, ଜଳେଶ୍ୱର, ଜରୁଲି, ଜୟପୁର, ଝାରସୁଗୁଡ଼ା ଜଂସନ୍‌, ଝାରସୁଗୁଡ଼ା ରୋଡ୍‌, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆଳ ରୋଡ୍‌, ଖୋର୍ଦ୍ଧାରୋଡ୍‌ ଜଂସନ୍‌, କୋରାପୁଟ ଜଂସନ୍‌, ଲିଙ୍ଗରାଜ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନ୍‌ପୋଷ୍‌, ପାରାଦୀପ,ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର,ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା,ସାକ୍ଷୀଗୋପାଳ, ସମ୍ୱଲପୁର, ସମ୍ୱଲପୁର ସିଟି, ତାଳଚେର ରୋଡ୍‌, ସୋର ଓ ଟିଟିଲାଗଡ଼ ଜଂସନ୍‌। ଏଥିରୁ କିଛି ଷ୍ଟେସନ୍‌ର ନବୀକରଣ କାମ ଚାଲିଥିବା ବେଳେ ଆଉ କେତେକ ଷ୍ଟେସନ୍‌ର କାମ ଆରମ୍ଭ ହେବ। କିଛି ଷ୍ଟେସନ୍‌ର ସ୍ଥିତି ଅନୁଧ୍ୟାନ ମଧ୍ୟ କରିଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରପାସ୍‌ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ