ଇଣ୍ଡେକ୍ସନର ଲାଭ ବିଷୟରେ ସରକାରଙ୍କୁ ପାଠ ପଢାଇଲେ ରାଘବ ଚଡ୍ଡା, କହିଲେ- ପ୍ରତ୍ୟାହାର ନ କଲେ ପଡିବ ୩ ବଡ ପ୍ରଭାବ


ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଗୁରୁବାର ପୁରୁଣା ସଂପତ୍ତି ବିକ୍ରିକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଉପଦେଶ ଦେଇଛନ୍ତି । ସେ କହିଛନ୍ତି ପୁରୁଣା ସଂପତ୍ତି ବିକ୍ରି ଉପରେ ଇଣ୍ଡେକ୍ସନ ଲାଭ ହଟାଇବା ସରକାରଙ୍କ ନିଷ୍ପତ୍ତିରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ବଡ ମାତ୍ରାରେ କଳାଧନ ଆସିବ ।

କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ର ଆଲୋଚନାରେ ଭାଗ ନେଇ ଚଡ୍ଡା ସରକାରଙ୍କୁ ଉକ୍ତ ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ସମଗ୍ର ଦୁନିଆରେ ନିବେଶକଙ୍କୁ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଏ । ମାତ୍ର ଆମ ଦେଶରେ ଇଣ୍ଡେକ୍ସନ ଲାଭ ହଟାଯାଇ ଆମେ ନିବେଶକ ବର୍ଗଙ୍କୁ ହତୋତ୍ସାହିତ କରୁଛନ୍ତି । ଏହା ନିବେଶକଙ୍କୁ ଦଣ୍ଡିତ କରିବା ପରି ସମାନ ।

ରାଘବ କହିଛନ୍ତି, ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତାବିତ ଏହି ପଦକ୍ଷେପରେ ପୁରୁଣା ସଂପତ୍ତି ବିକ୍ରି କରୁଥିବା ଲୋକଙ୍କ ଉପରେ ଅଧିକ ଟିକସ ଲାଗିବ । ଯଦି ଆପଣ ଇଣ୍ଡେକ୍ସନ ପ୍ରସ୍ତାବ ପ୍ରତ୍ୟାହାର ନ କରନ୍ତି ତେବେ ଏହା ଦେଶରେ ତିନୋଟି ପ୍ରଭାବ ପକାଇବ । ପ୍ରଥମ ରିଏଲ ଇଷ୍ଟେଟରେ ନିବେଶ କମ ହେବ ଏବଂ ଲୋକେ ନିଜ ସ୍ୱପ୍ନର ଘର କିଣି ପାରିବେ ନାହିଁ । ଦ୍ୱିତୀୟ ସଂପତ୍ତି ଡିଲର କମ ମୂଲ୍ୟାଙ୍କନ ହେବ । ସଂପତ୍ତିର ମୂଲ୍ୟକୁ କମ କରି ଲୋକେ ବିକ୍ରି କରିବେ ଏବଂ ପ୍ରକୃତ ଦାମ ଜଣା ପଡିବ ନାହିଁ । ତୃତୀୟ ଏଥିରେ କଳାଧନର ପ୍ରବାହ ଅଧିକ ବଢିବ ।

ସେ ଅଭିଯୋଗ କରିଛନ୍ତି ଯେ, ଆମେ ଉପ ସାହାରା ଦେଶ ପରି ସେବା ପାଇବା ପାଇଁ ୟୁରୋପୀୟ କୋକଙ୍କ ପରି ଟିକସ ଲଗାଉଛୁ । ସେ ଉଦାହରଣ ଦେଇ କେନ୍ଦ୍ର ସରକାରଙ୍କୁ ବୁଝାଇବାକୁ ଚେଷ୍ଟା ବି କରିଛନ୍ତି ।