ବସରୁ ଗାଏବ ହୋଇଗଲା ୧୭ କିଲୋ ରୁପା ସହ ୫ ଲକ୍ଷ ଟଙ୍କା


ଖଲ୍ଲିକୋଟ: ଯାତ୍ରୀ ଜଳଖିଆ ଖାଇବେ ବୋଲି ବାଟରେ ଅଟକିଲା ବସ୍ । ସବୁ ଯାତ୍ରୀଙ୍କ ପରି ରୁପା ବ୍ୟବସାୟୀ ମିଥୁନ ମଣ୍ଡଳ ମଧ୍ୟ ତଳକୁ ଓହ୍ଲାଇ ଥିଲେ । ଜଳଖିଆ ଖାଇ ବସକୁ ଫେରିବା ପରେ ମିଥୁନ ଗୋଡ ତଳୁ ମାଟି ଖସି ଯାଇଥିଲା । କାରଣ, ତାଙ୍କ ଟଙ୍କା ସ ଗହଣା ବ୍ୟାଗ୍ ବସରେ ନଥିଲା । ଉକ୍ତ ବ୍ୟାଗରେ ଥିଲା ୧୭ କିଲୋ ଫାଇନ ରୁପା ଏବଂ ପ୍ରାୟ ୫ ଲକ୍ଷ ଟଙ୍କା ।

ମିଥୁନ କୋଲକାତାରୁ ଆସି ବ୍ରହ୍ମପୁରରେ ନିଜ ବ୍ୟବସାୟ ସାରି ଫେରୁଥିବା ବେଳେ ଖଲ୍ଲିକୋଟ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଥିବା ଭେଜିପୁଟ ଫାଣ୍ଡି ନିକଟରେ ଏହି ଘଟଣା ଘଟିଛି । ଏ ନେଇ ମିଥୁନ ଥାନାରେ ଅଭିଯୋଗ କରିଛନ୍ତି । କାରରେ ୪ ଜଣ ଲୁଟେରା ଆସି ବ୍ୟାଗ ନେଇ ଚମ୍ପଟ ମାରିଥିବା ବ୍ୟବସାୟୀ ଜଣଙ୍କ ଦେଖିଥିବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।