ଝାରସୁଗୁଡା ୨୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ସ୍ଥିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବଳ କେନ୍ଦ୍ରରେ ଶୁକ୍ରବାର ଦିନ ଆଞ୍ଚଳିକ ଜନ କଲ୍ୟାଣ ଅନୁଷ୍ଠାନ(ଆଜକା) ପକ୍ଷରୁ”ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଏହି ଅବସରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବଳ କେନ୍ଦ୍ର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ଚାରା ରୋପଣ କରା ଯାଇଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଜକା ର ସମ୍ପାଦକ ଗୌତମ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ ସହ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ଏଥିରେ ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ, ମହିମା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ୱାଳ, ବ୍ଲକ ସହକାରୀ କୃଷି ଅଧିକାରୀ ସୀମା ଟେଟେ, ସୁରେନ୍ଦ୍ର ମେହେରଙ୍କ ସମେତ ବିଭିନ୍ନ ମହିଳା ସଂଗଠନ ସଦସ୍ୟା ଭାଗନେଇ ବୃକ୍ଷ ରୋପଣ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ପଧାନ,ରାଜକୁମାର ଭୋଇ,ଭକ୍ତ ଠାକୁର,ଥମାସ ମାଝୀ, ଜିତେନ୍ଦ୍ର ସେଟ, ପୁଷ୍ପିତା ବେହେରା, ତୃପ୍ତିମୟୀ ସାଏ, ବିଷ୍ଣୁପ୍ରିୟା ପଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।