Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ସରସ୍ଵତୀ ଶିଶୁ ମନ୍ଦିରରେ ରେ ଶିଶୁ ବଟିକା ବିଭାଗ ର ମାତୃ ସମ୍ମିଳନୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଏହି ମାତୃ ସମ୍ମିଳନୀର ପ୍ରାରମ୍ଭରେ ସରସ୍ୱତି , ପରବ୍ରହ୍ମ ଓ ଭାରତମାତାଙ୍କୁ ବନ୍ଦନା ଓ ପୂଜା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆର୍ଚାର୍ଯ୍ୟ ନମୀତା କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକା ନମୀତା ହୋତା ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିଶୁ ମାନସିକତାକୁ କିପରି ବୁଝିବାକୁ ହେବ , ଶିଶୁକୁ ଆଗକୁ ବଢାଇବାକୁ ହେଲେ ଜଣେ ମାଁର କଣ ଓ କିପରି ଭୁମିକା ରହିଛି ସେନେଇ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ପ୍ରଫୁଲ୍ଲ ଡାଙ୍ଗ , ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ , ଆଚାର୍ଯ୍ୟ ରଶ୍ମୀ ପାଣିଗ୍ରାହୀ , ସୁଜାତା ପୁରୋହିତ , ଅଲିଭା ଗଡୁଆ , ସେବିକା ଇନ୍ଦୁମତି ରଥ , ସେବତି ପୋଥାଲଙ୍କ ସମେତ ୮୦ ଜଣ ଅଭିଭାବିକା କାର୍ଯ୍ୟକ୍ରମରେ ଦେଇଥିଲେ ।