Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦର ଖୋଲିଲା ଆଉ ୭ ଗେଟ୍‌, ୯ ଜିଲ୍ଲାକୁ ସତର୍କ ସୂଚନା

ଭୁୁବନେଶ୍ୱର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । ରବିବାର ଏହି ସୂଚନା ଦେଇଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର । ୩୦ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢେ ୪ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବ । ତେଣୁ ୯ ଜିଲ୍ଲାକୁ ଏସଆରସିଙ୍କ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି । ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକକୁ ସତର୍କତା ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ସତର୍କ କରାଇବା ସହ ନଦୀପଠାକୁ ଗୋରୁଙ୍କୁ ନ ଛାଡ଼ିବା ପାଇଁ ସତର୍କ କରାଇବେ। ଏଥିସହ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

ଆଜି ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭ ଗେଟ୍ ଖୋଲା ଯାଇ ବର୍ତ୍ତମାନ ୧୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆଜି ୩ୟ ପର୍ଯ୍ୟାୟରେ ଆଉ ୬ଟି ଗେଟ୍ ଖୋଲାଯିବ । ଏହିପରି ୨୦ଟି ଗେଟ୍ ଖୋଲିବାର ଅଛି। ତେଣୁ ଗେଟ୍ ଖୋଲିବା ସହ ଜଳର ପରିଣାମ ବଢିବାକୁ ଥିବା ବେଳେ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ