Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ହେବ ଓ୍ବାଇ ଫାଇ।ଆଗାମୀ ୫ ବର୍ଷ ନିମନ୍ତେ ରେଲଟେଲ ଯୋଗାଇ ଦେବ ଓ୍ବାଇଫାଇ।

ଗୋପାଳପୁର
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିସରକୁ କରାଯିବ ମାଗାଣା ଓ୍ବାଇଫାଇ ଜୋନ। ବିଦ୍ୟାର୍ଥୀ ସମେତ ଅଧ୍ୟାପକ ହେବେ ଉପକୃତ ବୋଲି ଜଣାପଡିଛି। କ୍ୟାମ୍ପସ ପରିସରକୁ ମାଗଣା ଓ୍ବାଇଫାଇ କରିବା ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ରେଲଟେଲ ସହିତ ଏକ ଚୁକ୍ତିପତ୍ର ଗତ ଶୁକ୍ରବାର ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଛି ।ଯା‌ହା ଫଳରେ ଆଗାମୀ ଦିନରେ ବିଦ୍ୟାର୍ଥୀ ମାନେ ଏଥିରୁ ଉପକୃତ ହୋଇ ପାରିବେ। ପୂର୍ବ ସରକାରଙ୍କ ଅମଳରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୨୦୨୪ ମସିହାରେ
କ୍ୟାମ୍ପସ ପରିସରକୁ ଓ୍ବାଇଫାଇ ଯୁକ୍ତ କରିବା ପାଇଁ ବିଶ୍ବବିଦ୍ୟାଳୟକୁ ୬କୋଟି ୭୦ଲକ୍ଷ ୨୨ହଜାର ୧୬୪ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା I ଏବଂ ଜୁନ ୩୦ତାରିଖ ୨୦୨୪ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ କୁହାଯାଇଥିଲା। ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଯୋଗୁଁ ଆଚରଣ ବିଧି ଲାଗୁ ହୋଇ ଯାଇଥିଲା। ଯାହାଫଳରେ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ୱ ଘଟିଥିଲା। ଶୁକ୍ରବାର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରେଲଟେଲ କର୍ପୋରେସନ ଅଫ୍ଇଣ୍ଡିଆ ଲିମିଟେଡ ମଧ୍ଯରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇସାରିଛି। ଆସନ୍ତା ୨୬ ସପ୍ତାହ ମଧ୍ୟରେ ରେଲଟେଲ ପକ୍ଷରୁ ଏହି କାମକୁ ସାରିବା ସହ କ୍ୟାମ୍ପସ ପରିସରକୁ ଓ୍ବାଇଫାଇ ଯୁକ୍ତ କରିବାକୁ ଚୁକ୍ତି କରାଯାଇଛି।ରେଲଟେଲ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଭୂତଳ ପାଇବର କେବୁଲ ବିଛାଯାଇ ସମସ୍ତ ନିଭାଗକୁ ସଂଯୋଗ କରାଯିବା ସହିତ ସମସ୍ତ ହଷ୍ଟେଲକୁ ମଧ୍ୟ ୱାଇଫାଇ ଦ୍ବାରା ସଂଯୋଗ କରାଯିବ ବୋଲି ଜଣାପଡିଛି। ପ୍ରତିଦିନ ୧୫ଶହ ବ୍ୟବ‌ହାରକାରୀ ୫ଶହ ଏମବିପିଏସ ସ୍ଵିଡର ମାଗଣା ଇଣ୍ଟରନେଟ ସୁବିଧା ପାଇ ପାରିବେ। ଯାହାଫଳରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ସମସ୍ତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ବିଦ୍ୟାର୍ଥୀ ଏହି ସୁବିଧା ପାଇପାରିବେ । ବିଶେଷ କରି ଏହି ବ୍ୟବସ୍ଥା ଦ୍ବାରା ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଥିବା ବିଦ୍ୟାର୍ଥୀ ମାନେ ବିଶେଷ ଉପକୃତ ହୋଇ ପାରିବେ। ହୋଇଥିବା ଚୁକ୍ତିନାମା ପ୍ରକାରେ ରେଲଟେଲ ସଂସ୍ଥାକୁ ମୋଟ ପ୍ରକଳ୍ପ ଅର୍ଥର ଶତକଡା ୮୦ଭାଗ ଟଙ୍କା ବିଶ୍ଵବିଦ୍ୟାଳୟ ପକ୍ଷରୁ ଅଗ୍ରୀମ ଦିଆଯାଇଛି ।ରେଲଟେଲ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ସହିତ ୫ବର୍ଷ ପାଇଁ କ୍ୟାମ୍ପସ କୁ ଓ୍ବାଇଫାଇ ଯୁକ୍ତ କରିବା ପାଇଁ ଚୁକ୍ତିପତ୍ର ହୋଇଥିବା କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ପ୍ରକାଶ କରିଛନ୍ତି|ଚୁକ୍ତିନାମା ସ୍ବାକ୍ଷରିତ ସମୟ ରେ କୁଳସଚିବ ସଚିଦାନନ୍ଦ ନାୟକ,ରେଲଟେଲ ଅଧିକାରୀ ଉପସ୍ଥିତ ରହିଥିଲେ। କ୍ୟାମ୍ପସ ପରିସରରେ ଓ୍ବାଇଫାଇ ସୁବିଧା ନଥିବାରୁ ବିଦ୍ୟାର୍ଥୀ ସମେତ ଗବେଷଣା କରୁଥିବା ବିଦ୍ୟାର୍ଥୀ ମାନେ ନାନା ହଇରାଣ ହରକତ ହେଉଥିଲେ।